ନୂଆପଡ଼ା (ବିରବଲ ପ୍ରଧାନ) ରାଜ୍ୟ ସରକାର ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। ବର୍ତ୍ତମାନ ଏହାର ଜ୍ୱତନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଡ଼ମଝର ପଞ୍ଚାୟତ ଅନ୍ତର୍ଗତ ରୁଣିବସା ଗାଁରେ ।ଉକ୍ତ ଗାଁକୁ ପାଇପ ଯୋଗେ ଜଳ ଯୋଗାଣ କରିବା ପାଇଁ ପାଇପ ପୋତା ଯାଇ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ସରିଛି। ହେଲେ ଲୋକମାନଙ୍କୁ ବୁନ୍ଦାଏ ମଧ୍ୟ ପାଣି ମିଳୁନାହିଁ । ସୂଚନା ମୁତାବକ ଗତ ଦୁଇ ବର୍ଷ ତଳେ ଡମଝର ଗାଁରୁ ରୁଣିବସା ଗାଁକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଛି। ରୁଣିବସା ଠାରେ ସରକାରଙ୍କ ତରଫରୁ ଗୋଟିଏ ଓଭରହେଁଡ ଟେଙ୍କ ନିର୍ମାଣ ସରିଛି। ହେଲେ ଓଭରହେଡ ଟେଙ୍କ ନିର୍ମାଣ ହେବା ଦିନଠାରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖତ ଖାଉଛି, ଲୋକଙ୍କ କାମରେ ଆସୁନାହିଁ। ଗାଁର ମହିଳାମାନେ ଆଜି ଗାଁ ରାସ୍ତା ଉପରେ ମାଠିଆ, ଗରିଆ, ବାଲଟି ଧରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ ହେଲେ କୌଣସି ପଦାଧୂକାରୀ ଘଟଣାସ୍ଥଳକୁ ଆସିନଥିଲେ। ଗାଁରେ ନଳକୂପ ପାଣିର କଥା ନ କହିବା ଭଲା ଗାଁର ମହିଳାମାନେ ଦୁଇ କିଲୋମିଟର ଦୂର ନଦୀକୁ ଯାଇ ଟାଣ ଖରାରେ ପିଇବା ପାଣି ଆଣୁଥୁବା ଅଭିଯୋଗ ହେଉଛି ସଂପୂକୁ ପାଇପ ପୋତାଯାଇଥିବା ଠିକାଦାରଙ୍କୁ ଏ ବିଷୟରେ ପଚାରିବାରୁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା କର୍ଲାକୋଟ ଠାରୁ ରୁଣିବସା, ଡମଝରରୁ ପଲସଦା ଛକରେ ସଂଯୋଗ ହୋଇଛି। ରାସ୍ତା କାମ ଠିକାଦାରଙ୍କ ମେସିନରେ କାମ କରିଥିବାରୁ ପାଇପ ଗୁଡ଼ିକ ବାରମ୍ବାର ନଷ୍ଟ ହୋଇଥିବାରୁ ମରାମତି ମଧ୍ଯ କରାଯାଉଛି ବୋଲି ସଂପୃକୁ ଠିକାଦାର ପ୍ରକାଶ କରିଥିଲେ । ଏ ପଟେ ଗ୍ରାମବାସୀଙ୍କ କହିବା ଅନୁସାରେ ଦୀର୍ଘ ଦୁଇ ବର୍ଷ ହେଲା ୬ ମାସରେ ଦୁଇଥର ୩ ମାସରେ ଥରେ ପାଣି ଆସୁଛି ବୋଲି କହିଥିଲେ। ଗାଁରୁ ନିକଟସ୍ଥ ଘରଧରା ନଦୀକୂଳରେ ଏକ ଗଭୀର କୂଅ ଖୋଲି ସ୍ବତନ୍ତ୍ର ବ୍ୟବସ୍ଥା କରି ପାଣି ଯୋଗାଣ କରାଗଲେ ପାଣି ପାଇ ପାରିବୁ ବୋଲି ପ୍ରକାଶ କରିଥିଲେ। ଗାଁରେ ଜନସଂଖ୍ୟା ପ୍ରାୟ ଏକ ହଜାର ରହିଥିବା ବେଳେ ଗୋଟିଏ ୱାର୍ଡ ରହିଛି। ଏଠାରେ ଏକ ପ୍ରାଥମିକ ବିଦ୍ୟାଳୟ ଅଛି। ହେଲେ ମଧ୍ୟାହ୍ନ ଭୋଜନ ପାଇଁ ରାନ୍ଧିବା କଷ୍ଟକର ହେଉଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଅସୁବିଧା ଭୋଗି ଆସୁଛନ୍ତି। ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ସଦାଶିବ ବେହେରାଙ୍କୁ ପଚାରିବାରୁ ସମ୍ପୂକୁ ଠିକାଦାର ଓ ସଂପୂକୁ କନିଷ୍ଠଯନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିଛି ଓ ଖୁବ୍ ଶୀଘ୍ର ଜଳ ଯୋଗାଣ କରାଯିବବୋଲି କହିଥିଲେ। ପାଣି ଯୋଗାଣ କରା ନଗଲେ ଓ ୨୦୨୪ ନିର୍ବାଚନରେ ଗାଁ ବିଦ୍ୟାଳୟରେ ମତଦାନ କେନ୍ଦ୍ର କରା ନଗଲେ ଭୋଟ ବର୍ଜନ କରାଯିବ ବୋଲି ଗାଁର ଉମାଶଙ୍କର ବେହେରା, ଇନ୍ଦ୍ରମଣି ବେହେରା, କ୍ଷମାନିଧୂ ବେହେରା, ରିଖୂରାମ ବେହେରା, ରାଧାମୋହନ ବେହେରା, ରମା ବେହେରା, ପର୍ଶୁରାମ ବେହେରା, ନାଏବ ସରପଞ୍ଚ ସସ୍ମିତା ବେହେରା, ୱାର୍ଡ ମେମ୍ବର ସେବନି ବେହେରା ପ୍ରମୁଖଙ୍କ ସହ ଗ୍ରାମବାସୀଚେତାବନୀ ଦେଇଛନ୍ତି।

Post a Comment