ସମ୍ବାଦ ସାହିତ୍ୟଘରର ମାସିକ ଆସର ଅନୁଷ୍ଠିତ


କୋରାପୁଟ : (ଆଜତକ୍ ଓଡ଼ିଶା): କୋରାପୁଟ ଜିଲ୍ଲା ଜୟପୁର ସମ୍ବାଦ ସାହିତ୍ୟଘରର ମାସିକ ଆସର ସଭାପତି ଉଦୟଶଙ୍କର ଜାନିଙ୍କ ସଭାପତିତ୍ୱରେ ସ୍ଥାନୀୟ ଲାଲ ସାହି ସ୍ଥିତ କମ୍ୟୁନିଟି ହଲ୍ ରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଉପସଭାପତି ଯଜ୍ଞଶ୍ଵର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନାଟକ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟରେ ନାଟକର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସଂଗଠନ ସମ୍ପାଦକ ଅଶୋକ କୁମାର ପଲେଇ ଏଥିରେ ଅତିଥି ଆମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବହୁ ମାସ ଧରି ସାହିତ୍ୟଘରର ମାସିକ ଆସରରେ କମ୍ ସଂଖ୍ୟକ ସଦସ୍ୟସଦସ୍ୟାଙ୍କ ଉପସ୍ଥିତିକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ସହରର ସମସ୍ତ ବରିଷ୍ଠ ତଥା ଯୁବ ସାହିତ୍ୟାନୁରାଗୀଙ୍କୁ ସାମିଲ୍ କରିବାକୁ ଅନୁରୋଧ କରିଥିଲେ । ସଭାପତି ଶ୍ରୀ ଜାନୀ ନାଟକର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ । ଦ୍ଵିତୀୟ ଅଧିବେଶନରେ ଜାନକୀ ପାଣିଗ୍ରାହୀଙ୍କ ସଭାପତିତ୍ବରେ କବିତା ପାଠ ଆୟୋଜିତ ହୋଇଥିଲା । କବି ଅଶୋକ କୁମାର ପଲେଇ ସଂଯୋଜନା ଦାୟିତ୍ୱ ତୁଲାଇବା ସହ ଉପସ୍ଥିତ ଥିବା କବିମାନଙ୍କ କବିତା ଲିଖନର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ମଧୁସୂଦନ ମିଶ୍ର, କୃଷ୍ଣଚନ୍ଦ୍ର ହୋତା, ପ୍ରମୋଦ ରାଉଳ, କନକଲତା ରଥ, ନାରାୟଣ ସବର, ନୃସିଂହ ପ୍ରସାଦ ଷଢଙ୍ଗୀ, ବୈରାଗୀ ଚରଣ ସାହୁ, ଅନନ୍ତ ବିଜୟ ଧୀବର, ଜୟନ୍ତୀ ସାହୁ, ପ୍ରତୀତ କାଞ୍ଚନ ସାହୁ, ଉଷାରାଣୀ ମହାପାତ୍ର, ଶୋଭାଗିନୀ ନନ୍ଦ, ବେବିଶ୍ରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବୈରାଗୀ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post