ବି.ୟୁ.ଏସ ବିଦ୍ୟାପୀଠ ବାର୍ଷିକ ଉତ୍ସବ ପାଳନ


ବାଲେଶ୍ଵର,୭/୨(ଲକ୍ଷ୍ମୀଧର ବାରିକ): ରେମୁଣା ବ୍ଲକ ବି.ୟୁ.ଏସ ବିଦ୍ୟାପୀଠ କାକବୋରାଇର ପଚାଶତମ ବାର୍ଷିକ ଉତ୍ସବ ପାଳନ ସହିତ ପୁସ୍ତକ "ନବ ପଲ୍ଲବ" ଉନ୍ମୋଚିତ। ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ହେମପ୍ରଭା ଅଗସ୍ତି ସଭାପତିତ୍ବ କରିଥିବା ବେଳେ ନୀଳଗିରି ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ରୂପେ ବଡ଼ପାଳ ସରପଞ୍ଚ ଇଂ ଶ୍ରୀ କମଳ ଲୋଚନ ପଣ୍ଡା , ସମିତି ସଭ୍ୟା ଶ୍ରୀମତୀ ଶର୍ମିଷ୍ଠା ପତି, କାସିମପୂର୍ କ୍ଲଷ୍ଟର ର ସିଆରସି ରମେଶଚନ୍ଦ୍ର ଖଣ୍ଡା, ଏସ ଏମ ସି ଚେୟାରମ୍ୟାନ୍ ବିଦେଶୀ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ରେ ବିଦ୍ୟାଳୟର ଇତିହାସ ତଥା ସମାଜରେ ଶିକ୍ଷାର ଆବଶ୍ୟକତା ବିଷୟରେ ନିଜର ଅଭିଭାଷଣ ରଖିଥିଲେ। ଖେଳ ଶିକ୍ଷକ ପ୍ରିୟବ୍ରତ ଦେ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚରେ ବିଦ୍ୟାଳୟକୁ ୫୦ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟ ତରଫରୁ ସଂସ୍କୃତ ଶିକ୍ଷୟତ୍ରୀ ରାଜଶ୍ରୀ ପାଣିଗ୍ରାହୀ ଙ୍କ ଉଦ୍ୟମ ଏବଂ ସମସ୍ତ ସହ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ ରେ ସୁବର୍ଣ୍ଣଶ୍ରୀ ପ୍ରକାଶନି ମାଧ୍ୟମରେ ପ୍ରକାଶିତ "ନବ-ପଲ୍ଲବ" ପୁସ୍ତକ ଉନ୍ମୋଚିତ କରାଯାଇଥିଲା। ସଭାକାର୍ଯ୍ୟ ପରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ତତ୍ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ।

Post a Comment

Previous Post Next Post