ବଲାଙ୍ଗିର ୧୫/୦୨ (ଗଣେଶ ଦାସ) ହରିଶଙ୍କର ଉତ୍ପାଦକ ସଂଘ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ରେ ୩୦ କ୍ୟୁଣ୍ଟାଲ ପ୍ରମାଣିକ ହରଡ ବିହନ ଓଡ଼ିଶା ରାଜ୍ୟ ବିହନ ନିଗମ କୁ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ କୁ ବଲାଙ୍ଗିର ବ୍ଳକ କୃଷି ଅଧିକାରୀ ଜଗବନ୍ଧୁ ପଟେଲ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ହରିଶଙ୍କର ଉତ୍ପାଦକ ସଂଘ ର କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ ।ହରଡ ଏକ ମରୁଡି ସହଣି ଫସଲ ଓ ବଲାଙ୍ଗିର ଜିଲ୍ଲା ଜଳବାୟୁ ରେ ହରଡ ଚାଷ ର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଶ୍ରୀ ପଟେଲ ମତବ୍ୟକ୍ତ କରିଥିଲେ । କ୍ରମାଗତ ଭାବରେ ହରଡ ସମର୍ଥନ ମୂଲ୍ୟ ସରକାର ଙ୍କ ଦ୍ବାରା ବୃଦ୍ଧି କରାଯାଉଥିବାରୁ ନିଜ ଢିପ ଜମି ରେ ସ୍ବଳ୍ପ ଖର୍ଚ୍ଚରେ ହରଡ ଚାଷ କରିବାକୁ କୃଷକ ମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ସୂଚନା ଅନୁଯାୟୀ ଏ ବର୍ଷ କୃଷ ଓ କୃଷକସଶକ୍ତି କରଣ ବିଭାଗ ଓ ଆଇକାର୍ଡା ର ମିଳିତ ଉଦ୍ୟମ ରେ ଜିଲ୍ଲା ରେ ମୋଟ ୫୬୩ ହେକ୍ଟର ହରଡ ର ବିହନ ଉତ୍ପାଦନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ବିଜୟ କୁମାର ଶତପଥି ସୂଚନା ଦେଇଛନ୍ତି ଯେ ଏହି ଖରିଫ ଋତୁରେ ବ୍ୟାପକ କୃଷି ଯୋଜନା ରେ ଅମରାବତୀ ଓ ଉଜ୍ଜଳା ଅଧିକ ଅମଳ କ୍ଷମ ପିଣ୍ଡ ବିହନ ଯୋଗାଇ ଦିଆଯାଇଥିବା ବେଳେ ପ୍ରକଳ୍ପ ତରଫରୁ ସମସ୍ତ ପ୍ରକାର ଜ୍ଞାନ କୌଶଳ ଯୋଗାଇ ଦିଆଯାଇଥିଲା ।

Post a Comment