ଗୁରୁକୁଳ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବରେ ଶିକ୍ଷାର୍ଥୀ ପିନାକୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ


କୋରାପୁଟ : (ଆଜତକ୍ ଓଡ଼ିଶା) କୋରାପୁଟ ଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗୁରୁକୁଳ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ସୁରୁଖୁରୁରେ ପାଳିତ ହୋଇଯାଇଅଛି । ଏହି ଶିକ୍ଷାନୁଷ୍ଠାନ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇଥିଲା । ପ୍ରତିଯୋଗୀତା ଦୌଡ ଏବଂ ଡ୍ୟାନ୍ସ୍ ପ୍ରତିଯୋଗୀତାରେ କୃତିତ୍ୱ ପାଇଁ ଛାତ୍ର ପିନାକୀ ପଟ୍ଟନାୟକଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥିଙ୍କ ଗ୍ରହଣରେ ସାର୍ଟିଫିକେଟ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଅଛି । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷା ମିସ୍ ନିଧି ସ୍ୱାଇଁ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜଳଧର ସ୍ୱାଇଁ, ଶ୍ରୀଯୁକ୍ତ ସୌମେନ୍ଦ୍ର ସ୍ୱାଇଁଙ୍କ ଅନ୍ୟାନ୍ୟ ଅତିଥି ଯୋଗଦେଇ ଶିକ୍ଷାର୍ଥୀ ପିନାକୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରି ଶୁଭେଚ୍ଛା ଜଣାଇବା ସହ ଶିକ୍ଷାର୍ଥୀ ପିନାକୀ ପଟ୍ଟନାୟକଙ୍କ ଉଜ୍ଜଳ ଭବିଷ୍ୟତ ଜୀବନର କାମନା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କରିଅଛନ୍ତି । ଶିକ୍ଷାର୍ଥୀ ପିନାକୀ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଗାନ୍ଧୀନଗରର ବିଶିଷ୍ଟ ଭୂଦାନପ୍ରେମୀ, ସମାଜସେବୀ ତଥା ପ୍ରଧାନ ଶିକ୍ଷକ ସ୍ୱର୍ଗତ ଶ୍ରୀଯୁକ୍ତ ଭାସ୍କର ପଟ୍ଟନାୟକ ଏବଂ ଗୃହିଣୀ ତଥା ଧର୍ମପରାୟଣ ମହିଳା ଶ୍ରୀମତୀ ବାସନ୍ତି ରାଣୀ ପଟ୍ଟନାୟକଙ୍କ ନାତି ଅଟନ୍ତି ଏବଂ ପିନାକୀଙ୍କ ପିତା ବିଶିଷ୍ଟ ଲ୍ୟାବ୍ ଟେକ୍ନିସିଆନ୍ ଶ୍ରୀଯୁକ୍ତ ହିମାଂଶୁ ପଟ୍ଟନାୟକ ଏବଂ ମାତା ମିସ୍ ରଶ୍ମିତା ପଟ୍ଟନାୟକ ଅଟନ୍ତି । ପିନାକୀଙ୍କ ଏହି ସଫଳତାରେ ତାଙ୍କ ପିତାମାତା,ପରିବାର ଠାରୁ ଆରମ୍ଭ କରି ଗୁରୁଜନ ବହୁ ଖୁସିଥିବା ଦେଖିବାକୁ ମିଳିଅଛି ।

Post a Comment

Previous Post Next Post