ବଙ୍ଗୋମୁଣ୍ଡା (ଆଜତକ୍ ଓଡ଼ିଶା):ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡ଼ପରା ଗାଁ ଏକ ରାଜସ୍ୱ ଗ୍ରାମ ଅଟେ । ଏହାର ଜନସଂଖ୍ୟା ହଜାରେ ଉର୍ଦ୍ଧ । ଗାଁ କୁ ଯିବାକୁ ଭଲ ରାସ୍ତା ମଧ୍ୟ ନାହିଁ । ବର୍ଷାଦିନେ ରାସ୍ତା କଥା ନ କହିବା ଭଲ । ପୁଣି ଗାଁରେ ଶିକ୍ଷାର ବିକାଶ ପାଇଁ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଉକ୍ତ ଶିକ୍ଷାନୁଷ୍ଟାନରୁ ଅନେକ ବାହାରିଛନ୍ତି । ହେଲେ ୨୦୧୯ମସିହାରୁ ଉକ୍ତ ଶିକ୍ଷାନୁଷ୍ଟାନ କୌଣସି କାରଣରୁ ବନ୍ଦକରି ଦେଇ ତୁରେକେଲା ସ୍କୁଲରେ ମିଶ୍ରଣ କରିଦେଇଛନ୍ତି । ଯାତାୟତ କରିବାରେ ଛାତ୍ରଛାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ସରକାର ଏହାର ପୁନଃବିଚାର କରିବାକୁ ଅନେକଥର ପ୍ରଶାସନଙ୍କୁ ସାକ୍ଷାତ କରିଥିଲେ ବି ସୁଫଳ ମିଳିଲାନି । ତେଣୁକରି ଗାଁବାସୀ ଆସନ୍ତା ନିର୍ବାଚନ ବର୍ଜନ ସହ ରାଜ୍ୟରାଜପଥ ଷୋହଳକୁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।

Post a Comment