ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମହା ସମ୍ମିଲନୀ


ନୁଆପଡା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ସ୍ଥିତ ରାଜା ଏଟି ହାଇସ୍କୁଲ ଖେଳ ପଡ଼ିଆରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଦିବାସି ମହା ସମ୍ମିଲନି ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମାଁ ସମଲେଶ୍ବରୀ ମନ୍ଦିର ରୁ ପୁଜାର୍ଚନା ପରେ ହଜାର ହଜାର ଆଦିବାସି ଙ୍କ ଦ୍ବାରା ଏକ ବିରାଟ ଶୋଭା ଯାତ୍ରା ହୋଇ ରାଜାଏଟି ହାଇସ୍କୁଲ୍ ଖେଳ ପଡିଆରେ ଏକ ବୈଠକ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଘାସିରାମ ମାଝୀ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ଅଧ୍ଯକ୍ଷ ଭଗତରାମ ମାଝୀ,ମୁଖ୍ୟ ବକ୍ତା ଜିଲ୍ଲା ଆଦିବାସୀ କଲ୍ୟାଣ ସମ୍ପାଦକ ସୋମନାଥ ଖମାରୀ,ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ପୁସ୍ତମ ଧରୁଆ, ଆସିଷ୍ଟାଣ୍ଟ କମିଶନର ଜିଏସଟି ବୁଟୁଲୁ ମାଝୀ,ଖଡିଆଳ ବ୍ଲକ ସଭାପତି ବିହାରୀଲାଲ ମାଝୀ, ବୋଡ଼େନ ବ୍ଲକ ସଭାପତି ମଝିଆ ମାଝୀ, ନୁଆପପଡା ବ୍ଲକ ସଭାପତି ହରି ମାଝୀ,କୋମନା ବ୍ଲକ ସଭାପତି ଭକ୍ତରାମ ମାଝୀ,ସିନାପାଲି ବ୍ଲକ ସଭାପତି ଦୁର୍ବଳ ମାଝୀ, ଚିନ୍ଦା ସମାଜ ସଭାପତି ତୁଲାରାମ ଚିନ୍ଦା, କନ୍ଦ ସମାଜ ସଭାପତି ଧନୀରାମ ଭୋଇ,ଗୋଣ୍ଡ ସମାଜ ସଭାପତି ଦିବ୍ୟ ସିଂ ମାଝୀ, ଖାଡ଼ିଆ ସମାଜ ସଭାପତି ଚିନ୍ତାମଣି ଖାଡିଆ, ବଞ୍ଜାରା ସମାଜ ସଭାପତି ଲଛମନ ବଞ୍ଜାରା ଯୋଗଦେଇଥିବା ବେଳେ କରୁଣା ଶଙ୍କର ମାଝୀ ଓ ଜିଲ୍ଲା ଗଣ ସମାଜ କର୍ମକର୍ତ୍ତା ପ୍ରଶନ୍ନ କୁମାର ମାଝୀ ମଞ୍ଚ ପରିଚାଳନା କରିଥିଲେ ଓ ଆଦିବାସୀ ମାନଙ୍କ ହକ ଅଧିକାର ପାଇଁ ଏହି ସଭାରେ ମଞ୍ଚାଷିନ ଅତିଥି ମାନେ ନିଜନିଜର ବକ୍ତବ୍ୟ ରଖିଥିଲେ ।

Post a Comment

Previous Post Next Post