ସାର ଗୋଦାମରେ ଚଢ଼ାଉ, ଖଡିଆଳ ରୁ ବିପୁଳ ପରିମାଣରେ ୟୁରିଆ ସାର ଜବତ


ନୂଆପଡ଼ା (ପରମେଶ୍ଵର ମେହେର) ନୂଆପଡ଼ା ଜିଲ୍ଲାରେ ସାର କଳାବଜାରୀ,ଖଡ଼ିଆଳରେ ଥିବା ଏକ ସାର ଗୋଦାମ ଉପରେ ଚଢ଼ାଉ କରି ବିପୁଳ ପରିମାଣର ୟୁରିଆ ସାର ଜବତ କରିଛି ଜିଲ୍ଲା ପ୍ରଶାସନ। ୪ଟି ସାର ବୋଝେଇ ଟ୍ରକ ଗୋଦାମରେ ରଖାଯାଉଥିବା ବେଳେ ହଠାତ୍‌ ଚଢାଉ କରିଥିଲେ ଅଧିକାରୀ । ଏହି ଘଟଣାରେ 2220 ପ୍ୟାକେଟ ୟୁରିଆ ସାର ଜବତ କରିବା ସହ ଜିଲ୍ଲାପାଳଙ୍କ କୋର୍ଟରେ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଯେ, ୪ଟି ଭାରତ ୟୁରିଆ ସାର ବୋଝେଇ ଟ୍ରକ ଖରିଆରରୋଡ଼ ଠାରୁ ଆସି ଖଡ଼ିଆଳ ଥାନା ଅନ୍ତର୍ଗତ ଗଡ୍ରାମୁଣ୍ଡା ଗ୍ରାମର କୁନ୍ଦନ ମେହେରଙ୍କ ଗୋଦାମ ଘରେ ରଖାଯାଉଥିଲା। ଏତିକି ବେଳେ କୌଣସି ସୂତ୍ରରୁ ଖବର ପାଇ ନୂଆପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ ଏକ ସ୍ବତନ୍ତ୍ର ସ୍ମାର୍ଡ ଅତର୍କିତ ଚଢ଼ାଉ କରିଥିଲା। ଏହି ସମୟରେ 4ଗୋଟି ଟ୍ରକରେ ବୋଝେଇ ହୋଇଥିବା ଭାରତ ୟୁରିଆ ସାର ଏବଂ ଗୋଦାମ ଘରେ ଥିବା 1665 ପ୍ୟାକେଟ ୟୁରିଆ ସାର ସମୁଦାୟ 2220 ପ୍ୟାକେଟ ବେଆଇନ ଭାରତ ୟୁରିଆ ସାର ଜବତ ହୋଇଛି ।ଏନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ କରି ଟ୍ରକଗୁଡ଼ିକୁ ପୋଲିସ ନିଜ ଅଧିନକୁ ନେଇଛି।ଏହି ଚଢାଉରେ ନୂଆପଡା ଉପଜିଲ୍ଲାପାଳ, ଖଡ଼ିଆଳ ତହସିଲଦାର, କୃଷି ଉପନିର୍ଦ୍ଦେଶକ, ଖଡ଼ିଆଳ ପୋଲିସ, ଫର୍ଟିଲାଇଜର ଅଫିସର ସାମିଲ ହୋଇଥିଲେ । ତଲବ ବେଳେ ଗୋଦାମ ମାଲିକ କୁନ୍ଦନ ମେହେର ଭାରତ ସାରର କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ଫଳରେ ବେଆଇନ ଗଚ୍ଛିତ ୟୁରିଆ ସାର ଜଳାବଜାରୀ ହେଉଥିବା ଅଭିଯୋଗରେ 2220 ପ୍ୟାକେଟ ସାରକୁ ଜବତ କରି ଜିଲ୍ଲାପାଳଙ୍କ କୋର୍ଟରେ ମାମଲା ରୁଜୁ କରିଛନ୍ତି ତଦନ୍ତ ଅଧିକାରୀ । ସେପଟେ ଘଟଣାର ଅଧିକ ତଦନ୍ତ କରାଯାଇ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ଉପନିର୍ଦ୍ଦେଶକ ହିମାଂଶୁ ଶେଖର ମହାପାତ୍ର ଏବଂ ଖଡ଼ିଆଳ ତହସିଲଦାର ଲଳିତ ବାଗ କହିଛନ୍ତି।

ନୁଆପଡ଼ାରୁ ପରମେଶ୍ବର ମେହେରଙ୍କ ରିପୋର୍ଟ

Post a Comment

Previous Post Next Post