ବାଲେଶ୍ୱର,୨/୨(ଲକ୍ଷ୍ମୀଧର ବାରିକ) ଓଡ଼ିଶା ସରକାରଙ୍କ +୨ କାଉନସିଲର ଉତ୍ତର ଓଡ଼ିଶା ଜୋନାଲ ଚେୟାରମ୍ୟାନ କପ ବକ୍ତୃତା ପ୍ରତିଯୋଗିତା ବାରିପଦା ସ୍ଥିତ ଏମ.ପି.ସି କନିଷ୍ଠ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ୩ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କାଶିସ ଦାସ,+୨ ଦ୍ଵିତୀୟ ବର୍ଷ କଳା ଛାତ୍ରୀ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଉତ୍ତର ଓଡ଼ିଶାର ଜୋନାଲ ଚମ୍ପିଅନ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ଉକ୍ତ କନିଷ୍ଠ ମହାବିଦ୍ୟାଳୟର +୨ ପ୍ରଥମ ବର୍ଷ କଳା ଛାତ୍ର ଗୌରବ ପାଣିଗ୍ରାହୀ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ଚମ୍ପିଅନ ଓ +୨ ଦ୍ଵିତୀୟ ବର୍ଷ କଳା ଛାତ୍ରୀ ଆଘ୍ରାରୂପା ଦାସ ହିନ୍ଦୀ ବକ୍ତୃତା ପ୍ରତିଯୋଗିତାରେ ମଧ୍ୟ ଅଂଶ ଗ୍ରହଣ କରି ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ରାଜ୍ୟସ୍ତରୀୟ ଚେୟାରମ୍ୟାନ କପ ବକ୍ତୃତା ପ୍ରତିଯୋଗିତା ଚଳିତ ମାସ ୫ ତାରିଖ ଦିନ ସକାଳ ୧୦ ଘଟିକା ସମୟରେ ରେଭେନ୍ସା କଲେଜ,କଟକରେ ଅନୁଷ୍ଠିତ ହେବ। ସେଥିପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ରଣା, ଉପାଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରାଉତ, ପ୍ରଶାସନିକ ଅଧିକାରୀ ଡକ୍ଟର ଭାଗବତ ଭୂୟାଁ, ଆକାଡେମିକ ବର୍ଷାର ଅଧ୍ୟାପିକା ସୋନାଲିସା ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଅଞ୍ଜନା ବେହେରା, ଆକାଉଣ୍ଟ ବର୍ଷାର ଶ୍ରୀ କୁଞ୍ଜ ବିହାରୀ ମହାନ୍ତି,ଅଧ୍ୟାପିକା ଶାଶ୍ଵତୀ ଦାସ ମହାପାତ୍ର ଓ ସେକ୍ସନ ଅଧିକାରୀ ଶ୍ରୀ ବଳରାମ ନାଏକଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସ୍ତରରେ ବାଲେଶ୍ୱର ଏବଂ ଉତ୍ତର ଓଡ଼ିଶାର ଟେକ ରଖିବାକୁ ସେମାନଙ୍କର ଶୁଭ ମନାଶୀ ଅଛନ୍ତି।

Post a Comment