ଆଦର୍ଶ ସାମ୍ୱାଦିକ ସଂଘର ସାଧାରଣ ସଭା ଓ ବଣ ବିହାର କାର୍ଯ୍ୟକ୍ରମ, ଏକତା ହିଁ ସଂଘକୁ ଆଗକୁ ନେବ


ନୁଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ତିଖାଲି ଠାରେ ନୂଆପଡା ଜିଲ୍ଲା ଆଦର୍ଶ ସାମ୍ୱାଦିକ ସଂଘ (ନାସ) ର ସାଧାରଣ ସଭା ଓ ବଣ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଦର୍ଶ ସାମ୍ୱାଦିକ ସଂଘର ସମ୍ପାଦକ ଟିକେଶ୍ୱର ନାଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଲେ ସଂଘ ସଭାପତି ମୋତିଲାଲ ବାଗ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜାତୀୟ କାର୍ଯ୍ଯକାରୀଣି ସଦସ୍ଯ ବିଜୟ କୁମାର ସହିସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯ ଅଜିତ କୁମାର ଯୋଶୀ, ଆଦର୍ଶ ସାମ୍ୱାଦିକ ସଂଘ କୋଷାଧ୍ୟକ୍ଷ ମାଧବ ସାହୁ ,ଉପସଭାପତି ଜଗନ୍ନାଥ ସାଗର ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମ ରେ ମଞ୍ଚାସୀନ ଅତିଥି ମାନେ ସଂଘର ଏକତା ହିଁ ବଲ ମଜବୂତ କରିବା ସହ ନିରପେକ୍ଷ ସମ୍ୱାଦ ପରିବେଷଣ କରି ନିଜର ପରିଚୟ ସ୍ରୁଷ୍ଟି କରିବା ସବୁବେଳେ ସକ୍ରିୟ ରହିବା ପାଇଁ ମତ ପ୍ରକାଶ କରିଥିଲେ। ସେଠାରୁ ସଂଘର ଅନେକ ବିଷୟ ରେ ଆଳୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଉକ୍ତ ସଂଘ ନୂଆପଡା ବ୍ଲକ ସଂଯୋଜକ ପୁଷ୍ପାଞ୍ଜଳି ଦେୱାଙ୍ଗନ, ଖଡିଆଳ ବ୍ଲକ ସଂଯୋଜକ ଦେବେଶ ହୋତା, କୋମନା ବ୍ଲକ ସଂଯୋଜକ ପ୍ରଶାନ୍ତ କୁମାର ଭୋଇ, ବୋଡେନ ବ୍ଲକ ସଂଯୋଜକ ଜଗତରାମ ଦଣ୍ତସେନା, ସିନାପାଲି ବ୍ଲକ ସଂଯୋଜକ ବିହାରି ଲାଲ ଜଗତ ସମେତ ସଚିନ୍ଦ୍ର ମୋହନ ଯୋଶୀ, ଜିତେନ୍ଦ୍ର ପୋଡ, ଧର୍ମେନ୍ଦ୍ର ଗହୀର, ବିରବଲ ପ୍ରଧାନ, କଲିମ ମହମ୍ମଦ, ପତ୍ରବନ୍ଧୁ ବାଗ ସହ ଏହି ସଂଘର ୫ଟି ବ୍ଲକ ର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ।ଶେଷରେ ଧନ୍ଯବାଦ ଅର୍ପଣ କରି ସଭା ଶେଷ କରାଗଲା।

Post a Comment

Previous Post Next Post