ଶିଶୁ ସହ ୯ ଦାଦନ ଶ୍ରମିକ ଉଦ୍ଧାର ;ଜଣେ ଗିରଫ


ଖପ୍ରାଖୋଲ ୨୩/୦୧ (ଗଣେଶ ଦାସ ):-ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁତୁଳାମହୁଲ ଗ୍ରାମ ନିକଟରୁ ୯ ଦାଦନ ଶ୍ରମିକକୁ ଉଦ୍ଧାର କରିଥିବା ବେଳେ ଜଣେ ସର୍ଦାରକୁ ଗିରଫ କରିଛି । ୨ ଦାଦନଙ୍କ ମଧ୍ୟରୁ ୩ ଜଣ ପୁରୁଷ,୩ ଜଣ ମହିଳା ଓ ୩ ଜଣ ନାବାଳକ ଥିବାବେଳେ ଶ୍ରମିକମାନେ ଖପ୍ରାଖୋଲ ଥାନା ଅଞ୍ଚଳର ବୋଲି ଜଣା ପଡିଛି । ଉକ୍ତ ଦାଦନ ଶ୍ରମିକ ମାନଙ୍କୁ ଟ୍ରେନ ଯୋଗେ ତେଲେଙ୍ଗାନା ରାଜ୍ୟର ୱାରଙ୍ଗଳ ସହରକୁ ଚାଲାଣ କରୁଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି । ଦାଦନ ସର୍ଦାର ବାଘଝରଣ ଗ୍ରାମର ଗୁରୁଦେବ ବାରିକ (29)ଥିବା ବେଳେ ଆଣୁଥିବା ବୋଲେରୋ ଗାଡି ନଂ OR08F1266 କୁ ଜବତ କରିଛି । ଏକ ମାମଲା ରୁଜୁ କରି U/S 370/374/417 IPC/25 ISMW act/14 CLPR ଅଧିନିୟମ ଅନୁଯାୟୀ କେଶ ନଂ 28/24 ରେ ସର୍ଦାର ଗୁରୁଦେବ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖପ୍ରାଖୋଲ ପୋଲିସ ।

Post a Comment

Previous Post Next Post