ସିନାପାଲି ହାଇସ୍କୁଲରେ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ଯକ୍ରମ


ସିନାପାଲି:୨୩/୧(ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭାଷା, ସାହିତ୍ଯ ଓ ସୃଜନଶୀଳତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି । ଏନେଇ ପ୍ରଧାନଶିକ୍ଷକ ଲଳିତ କୁମାର ସୁନାରୀଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସଭାକାର୍ଯ୍ଯରେ ମୁଖ୍ଯ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ଯା ମନ୍ଦାକିନୀ ବଘେଲ ଓ ସମ୍ମାନିତ ଅତିଥି ଭାବରେ ସିନାପାଲି ସାମ୍ବାଦିକ ସଙ୍ଘ ସଭାପତି ଅଜିତ ଯୋଶୀ,, ଅବସରପ୍ରାପ୍ତ ତହସିଲଦାର ହୄଦାନନ୍ଦ ମାଝୀ, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଊତ୍ସାହିତ କରିଥିଲେ । ଶିକ୍ଷକ ମନୋରଞ୍ଜନ ମେହେର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ମଂଚ ପରିଚାଳନା କରିଥିଲେ । ଅତିଥି ମାନେ ବେଷ୍ଟ ହାଉସ ଭାବରେ ସାହିତ୍ଯ ସୃଜନୀକୁ ପୁରସ୍କୃତ କରିଥିଲେ । କାର୍ଯ୍ଯକ୍ରମ ସଫଳତାରେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଶେଷରେ ଶିକ୍ଷକ ମହେଶ କୁମାର ମେହେର ଧନ୍ଯବାଦ ଦେଇଥିଲେ।

Post a Comment

Previous Post Next Post