ବାଲେଶ୍ବର, ୪/୧୧(ଲକ୍ଷ୍ମୀଧର ବାରିକ): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ବାଲେଶ୍ବର ସହର ତେଲେଙ୍ଗାସାହି ଛକ ଠାରେ ଥିବା ୟୁନିଅନ୍ ବ୍ୟାଙ୍କର ଆଞ୍ଚଳିକ ଶାଖା କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଶିବିରକୁ ବ୍ୟାଙ୍କର ରିଜିଓନାଲ ବ୍ରାଞ୍ଚ୍ ହେଡ୍ ଜୟଗୋପାଳ ବେହେରା ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ବାଲେଶ୍ୱର ରକ୍ତ କେନ୍ଦ୍ରର ଡାକ୍ତର ସଞ୍ଜୀବ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଡେପୁଟି ରିଜିଓନାଲ ହେଡ୍ ଗଜେନ୍ଦ୍ର ନାଥ ଦାସ, ବିପିନ କିଶୋର ଏକ୍କା, ଚିଫ୍ ମ୍ୟାନେଜର ଅପରେସନ୍ ମୃତ୍ୟୁଞ୍ଜୟ ବିଶ୍ବାଳ, କ୍ରେଡିଟ୍ର ମୁଖ୍ୟ ମ୍ୟାନେଜର ଗଣେଶ ବିଶ୍ବାଳ, ଚିଫ୍ ମ୍ୟାନେଜର(କଲେକ୍ସନ) ସତ୍ୟପ୍ରିୟ ଦାସ, ରିଟେଲ୍ର ମୁଖ୍ୟ ଲତିଶ ରାଓ, ମୁଖ୍ୟ ପ୍ରବନ୍ଧକ(ମ୍ୟାନେଜମେଣ୍ଟ୍) ଜୀବନଜ୍ୟୋତି ବେହେରା, ମୁଖ୍ୟ ପ୍ରବନ୍ଧକ(ଭିଜିଲାନ୍ସ) ବିରଞ୍ଚି ନାରାୟଣ ମହାନ୍ତି, ସିନିୟର ମ୍ୟାନେଜର ଉତ୍କର୍ଷ ସାହୁ, ଇପ୍ସିତା ଦାସ, ଦୁଲାର ହାଁସଦା, ମନୋରଂଜନ ନାୟକ, ସନ୍ତୋଷ ସାହୁ, ମନୋଜ ପଣ୍ଡା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ପ୍ରଧାନଙ୍କ ନେତୃତ୍ୱରେ ଟେକ୍ନିସିଆନ୍ ଦ୍ଵାରା ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରରୁ ୧୮ ୟୁନିଟ ରକ୍ତ ସଂଗୃହିତ ହୋଇଛି। ବ୍ୟାଙ୍କର ଅଧିକାରୀ, କର୍ମଚାରୀ ମାନେ ଶିବିରକୁ ପରିଚାଳନା କରିଥିଲେ।

Post a Comment