ପିଲାଙ୍କ ସହ ଶିଶୁ ଦିବସ ପାଳନ କରି ଖୁସି ହେଲେ ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ


କୋରାପୁଟ (ଆଜତକ୍ ଓଡ଼ିଶା) ପବିତ୍ର ଶିଶୁ ଦିବସ ଅବସରରେ କୋରାପୁଟ ଜିଲ୍ଲାର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ଯୋଗଦାନ କରି ପିଲାଙ୍କ ଗ୍ରହଣରେ ଖୁସି ବାଣ୍ଟିଲେ । ଏହି ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ପାଡ଼ୱା ସ୍ଥିତ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଯୁବ ଅଧ୍ୟାପକ ତ୍ରିନାଥ ପିଲାଙ୍କ ସହ ମିଶି ସେମାନଙ୍କ ସହ ଖୁସି ବାଣ୍ଟିବା ସହ ମିଷ୍ଟାନ, ଚକୋଲେଟ ଏବଂ ଶିକ୍ଷା ଉପକରଣ ବାଣ୍ଟି ଖୁସି ବାଣ୍ଟିଥିବା ଦେଖିବାକୁ ମିଳିଅଛି । ପରିଶେଷରେ ଯୁବ ଅଧ୍ୟାପକ ଜଣକ ପିଲାଙ୍କ ସହ ଖୁସି ବାଣ୍ଟି ସେ ନିଜ ଜୀବନର ଅତୀତ ଦୁଃଖକୁ ଭୁଲି ନୂତନ ଖୁସି, ଶ୍ରଦ୍ଧା ତଥା ଭଲ ପାଇବା ବାଣ୍ଟିବାରେ ସେ ବେଶ୍ ଖୁସି ବ୍ୟକ୍ତ କରିଅଛନ୍ତି । ଏହି ଶିଶୁ ହେଉଛନ୍ତି ଆସନ୍ତା କାଲିର ଭବିଷ୍ୟତ। ଏମାନଙ୍କ ନିକଟରୁ ଅନେକ କିଛି ଭଲ ପାଇବା ଖୁସି ଆନନ୍ଦ ମିଳିପାରିଅଛି ବୋଲି ଯୁବ ଅଧ୍ୟାପକ ତ୍ରିନାଥ ନିଜ ବିବୃତି ରଖିଅଛନ୍ତି । ସେ ଶିଶୁ ଦିବସ ଅବସରରେ ସମଗ୍ର ପୃଥିବୀର ଶିଶୁମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଅଛନ୍ତି ।

Post a Comment

Previous Post Next Post