ତୁରେକେଲା କ୍ଳଷ୍ଟର ସ୍ତରୀୟ ମିଲେଟ କୁଇଜ ଅନୁଷ୍ଠିତ


କଣ୍ଟାବାଞ୍ଜି/୦୩/୧୧ (ଆଜତକ୍ ଓଡ଼ିଶା) ତୁରେକେଲା କ୍ଳଷ୍ଟର ସ୍ତରୀୟ ମିଲେଟ କୁଇଜ ପ୍ରତିଯୋଗିତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଆୟୁଷ୍ମାନ ବେହେରା, ଯଶୋବନ୍ତ ମେହେର, ଉର୍ମିଳା ମାଝୀ, ପୂର୍ବଦୋୟ ଧରୁଆ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେମାନେ କ୍ଳଷ୍ଟର ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ତାପରେ ତୁରେକେଲା କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୋଷ୍ଠୀ ସହଶିକ୍ଷା ଅଧିକାରୀ ଶ୍ରୀ ଫକୀର ଚରଣ ବିଶି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।କ୍ଳଷ୍ଟର ସ୍ତରରେ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ରିତିକ ବାଗ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ବ୍ଳକ ସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରାଜୀବ ଦାସ, ରବୀନ୍ଦ୍ର ରଥ,ସୂର୍ଯ୍ୟରାମ ମାଝୀ, ସୁଦୀପ୍ତା ଜେନା ଓ ସୂର୍ଯ୍ୟମଣି ସିଠ ସହଯୋଗ କରିଥିଲେ।

Post a Comment

Previous Post Next Post