ତରୁଣ ପ୍ରଜ୍ଞା ଭାରତୀ କାର୍ଯ୍ୟକାରିଣୀର ପୁନର୍ଗଠନ


ଜୟପୁର (ଆଜତକ୍ ଓଡ଼ିଶା) ଆଜି ବିଦ୍ୟାଭୂଷଣ ନଗରସ୍ଥିତ ତରୂଣ ପ୍ରଜ୍ଞା ଭାରତୀ କାର୍ଯ୍ୟାଳୟ ଠାରେ ଯଜ୍ଞେଶ୍ବର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଆୟୋଜନ କରାଯାଇ ପ୍ରତିଷ୍ଠାତା ୰ଡ଼ ଗଙ୍ଗାଧର ନନ୍ଦଙ୍କୁ ନିଜସ୍ୱ କାର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଭାବେ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ତାଙ୍କ ଅକାଳ ବିୟୋଗରେ ରିକ୍ତ ସ୍ଥାନ ପୂରଣ କରିବା ଓ ଅନୁଷ୍ଠାନକୁ ପରିଚାଳନା କରିବା ନିମନ୍ତେ ନୂତନ କାର୍ଯ୍ୟକାରିଣୀ ଗଠନ କରାଯାଇଥିଲା।ସଭାପତି-ଲକ୍ଷ୍ମୀକାନ୍ତ ମିଶ୍ର,ଉପ-ସଭାପତି-ରାମଶଙ୍କର ଷଡଙ୍ଗୀ,ସାଧାରଣ ସମ୍ପାଦକ-ଯଜ୍ଞେଶ୍ବର ପଣ୍ଡା,ସହ-ସମ୍ପାଦକ-ହେମନ୍ତ କୁମାର ଚାନ୍ଦ,ଯୁଗ୍ମ ସମ୍ପାଦକ-ପ୍ରମୋଦ କୁମାର ରାଉଳ ଓ କେ. ତିରୁପତି ପାତ୍ର,ସଙ୍ଗଠନ ସମ୍ପାଦିକା-ସବିତା ତ୍ରିପାଠୀ,କୋଷାଧ୍ୟକ୍ଷ-ରବୀନ୍ଦ୍ର କୁମାର ମହାରଣା,କାର୍ଯ୍ୟାଳୟ ସମ୍ପାଦିକା-ଲିପିକା ଦଳେଇ,କାର୍ଯ୍ୟକ୍ରମ ସମ୍ପାଦକ-ଅଜୟ କୁମାର ମଲ୍ଲିକ ଓ ସୁବର୍ଣ୍ଣ ଖିଲ,ସଦସ୍ୟ-କବିତା ସାହୁ,ସନ୍ତୋଷ କୁମାର ସାହୁ, ରୀତାଞ୍ଜଳୀ ଡାକୁଆ,ମାମିନୀ ଦାଶ,କୃଷ୍ଣ ଚନ୍ଦ୍ର ହୋତା, ସୁସ୍ମିତା ରଥ, ବବିତା ମହାରଣା,ଉପଦେଷ୍ଟା-ମିନକେତନ ଦାଶ ଓ ସୁବାସ ଚନ୍ଦ୍ର ପଣ୍ଡା ପ୍ରମୁଖ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ। ନଭେମ୍ବର ୫ ତାରିଖରୁ ଚଳିତ ବର୍ଷର ଵିଭିନ୍ନ ପ୍ରତିଯୋଗିତା ଆରମ୍ଭ କରାଯିବ ତଥା ୰ନନ୍ଦଙ୍କ ଅଧୁରା ସ୍ବପ୍ନକୁ ପୂରଣ କରାଯିବ ବୋଲି ପୁନର୍ଗଠିତ କାର୍ଯ୍ୟକାରିଣୀଠାରୁ ପ୍ରକାଶ।

Post a Comment

Previous Post Next Post