ମାଁ ସୁନାଦେଈ ଙ୍କ ଯାତ୍ରା ରକ୍ତରଞ୍ଜିତ ରେ ଧୁମ ଧାମରେ ପାଳିତ


ନୂଆପଡ଼ା ୨୯/୧୦ (ରିଖିରାମ ଦଳ )ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଚକୋଟିଆ ଭୂଞ୍ଜିଆ ଆଦିବାସୀ ସମ୍ପ୍ରଦାୟ ମାନଙ୍କ ଇଷ୍ଟଦେବୀ ମାଁ ସୁନାଦେଇ ଙ୍କ ନବରାତ୍ରି ପୂଜା ଆଶ୍ୱିନ ଅମାବାସ୍ୟା ଦିନ ଠାରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଦିନ ଛତର ଯାତ୍ରା ଅନୁଷ୍ଠିତ ହୋଇ ଦେବୀ ଗ୍ରାମ ପରିକ୍ରମା କରିଥାନ୍ତି । ସୁନାଦେଇ ମୁଖ୍ୟ ମନ୍ଦିରରୁ ଛତର ଲିଙ୍ଗଭଟାକୁ ଯାଇ ସେଠାରେ ମାଁ ଙ୍କ ପ୍ରଥମ ପୂଜା ବା ବୋଦା ବଳି ଦେଲା ପରେ ଚାରି ଦିଗର ୮୪ ଖଣ୍ଡ ଗାଁ ର ଲୋକେ ଆଣିଥ‌ିବା ବୋଦା ବଳି ଦେଇ ବରୁଆ ମାନଙ୍କ ଶରୀରରେ କାଳିସି ଆସି ଛତର ଧରି ଗ୍ରାମ ପରିକ୍ରମା କରିଥାନ୍ତି । ମାଁ ଙ୍କ ଠାରେ ଅଧୂଆ ପଢିଲେ ସବୁ ମନସ୍କାମନା ପୂର୍ଣ ହୁଏ ବୋଲି ପୂର୍ବରୁ ବିଶ୍ଵାସ ରହିଛି ବୋଲି ଦେବୀ ଛତର ଧରି ଗ୍ରାମ ପରିକ୍ରମା କରୁଥିବା ସମୟରେ ଭକ୍ତ ମାନେ ଅଧିଆ ପଡିଥାନ୍ତି । ଯେଉଁ ଭକ୍ତ ମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସେ ଯାତ୍ରା ସମୟରେ କିମ୍ବା ଅନ୍ୟ ସମୟରେ ମାଁ ଙ୍କ ଠାରେ ବୋଦା ବଳି ଦେଇଥାଏ । ଛତର ଧରି ଗ୍ରାମ ପରିକ୍ରମା କରୁଥିବା ସମୟରେ ମଧ୍ୟ ଶହ ଶହ ବୋଦା ବଳିରେ ସୁନାବେଡା ଓ ସୁନାଦେଇ ପୀଠ ରକ୍ତ ରଞ୍ଜିତ ହୋଇଛି । ମାଁ ସୁନାଦେଇଙ୍କ ଛତର ଯାତ୍ରା ଦର୍ଶନ ପାଇଁ ନୂଆପଡା ଜିଲ୍ଲା ସମେତ କଲାହାଣ୍ଡି, ବରଗଡ, ବଲାଙ୍ଗିର ଓ ପଡୋଶୀ ରାଜ୍ୟ ଛତିଶଗଡର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି ।ହେଲେ ଦୁଃଖ ର ବିଷୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୁବିଧା କରି ନ ଥିବାରୁ ମାଁ ଙ୍କ ଦର୍ଶନ କରିବା ରେ ବାଧା,କୌଣସି ଟ୍ରାଫିକ ବ୍ୟବସ୍ଥା ନଥ‌ିବାରୁ ଅସୁବିଧା ର ସମ୍ମୁଖୀନ ହେଉଥ‌ିବାରୁ ଭକ୍ତଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି ।ଯଦି ପ୍ରଶାସନ ଲୋକ ଙ୍କ ପାଇଁ ଆଗାମୀ ଦିନରେ ରେ ଏହା ପ୍ରତି ଦୃଷ୍ଟି ଦେବା କୁ ସାଧାରଣ ରେ ଦାବି ହେଉଛି ।ଶ୍ରଦ୍ଧାଳୁ ଭକ୍ତଙ୍କ ମନୋରଞ୍ଜନ ପାଇଁ ରାତ୍ରି ସମୟରେ ଦଣ୍ଡନାଚ, ଓଡିଆ ପୌରାଣିକ ନାଟକ, ସାମାଜିକ ନାଟକ ଓ ଛତିଶଗଡି ନାଚା ଭଳି ନାଟକ ଅନୁଷ୍ଠିତ ହୋଇ ଥାଏ । ଏହି ନାଟକ ପାର୍ଟି ମାନେ ମାଁ ଙ୍କ ଆର୍ଶିବାଦ ନେବା ପାଇଁ ବିନା ଖର୍ଚ୍ଚରେ ଆସି ନାଟକ ପରିବେଷଣ କରି ଯାଇଥାନ୍ମ୍ରି ।

Post a Comment

Previous Post Next Post