ଧଳପୁର ରେ ଗୋ-ବନ୍ଧ୍ୟା ନିରାକରଣ ଓ ପ୍ରାଣୀ ସ୍ଵାସ୍ଥ୍ୟ ଶିବିର


ହରଭଙ୍ଗା (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ଠାରେ ଏକ ପ୍ରାଣୀଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ନେତୃତ୍ୱରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ପ୍ରତିଭା ପାଢ଼ୀ,ଧଳପୁର ଭାରପ୍ରାପ୍ତ ପ୍ରାଣୀଧନ ଶ୍ରୀ ନିରଞ୍ଜନ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଓମଫେଡ ର କ୍ଷେତ୍ର ମାର୍ଗ ପରିଦର୍ଶକ ସହଦେବ ଶତପଥୀ ଏବଂ ଧଳପୁର ସ୍ଥିତ ଜୟ ଜଗନ୍ନାଥ ଦୁଗ୍ଧ ସମବାୟ ସମିତିର ସମ୍ପାଦକ ସୌଭାଗ୍ୟ ରଞ୍ଜନ ଲଉରିଆ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଶତାଧିକ ଗୋରୁ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା କରାଯାଇଥିଲା।


ଏହି ଚିକିତ୍ସା ଶିବିର ରେ ପ୍ରାୟ ୩୫ ରୁ ଉର୍ଦ୍ଧ୍ବ ଗୋରୁ ମାନଙ୍କୁ ଗୋ-ବନ୍ଧ୍ୟା ନିରାକରଣ ପାଇଁ ଚିକିତ୍ସା କରାଯାଇଥିଲା ଏବଂ ସମସ୍ତ ଗାଈଗୋରୁ ମାନଙ୍କୁ ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ଆୟୋଜନ କରାଯାଇଥିବା ଏକ ମେଗା ଟୀକାକରଣ କାର୍ଯ୍ୟକ୍ରମ ଧଳପୁର ଏବଂ ଏହାର ଆଖପାଖ ଅଞ୍ଚଳର ସମସ୍ତ ପ୍ରାଣୀ ମାନଙ୍କୁ ଫାଟୁଆ ନିରାକରଣ ପାଇଁ ଜାତୀୟ ପ୍ରାଣୀରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ନିଶୁଳ୍କ ଫାଟୁଆ ଟୀକାକରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଚାଷୀଭାଇ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ରୋଗ ଏବଂ ତାର ପ୍ରତିକାର ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ଗ୍ରାମର ସ୍ବେଚ୍ଛାସେବୀ ଚନ୍ଦନ ମହାକୁଡ଼,ଧନଞ୍ଜୟ ମହାକୁଡ଼ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ହରଭଙ୍ଗା ପ୍ରାଣୀଧନ ଅନୁଚର ଅକ୍ଷୟ ବେହେରା, ସ୍ଥାନୀୟ ମୈତ୍ରୀ ଅମରେଶ୍ୱର ମହାକୁଡ଼,ଟୀକାକରଣକାରି ପ୍ରମିଲ ମହାକୁଡ଼,ପୂର୍ଣ୍ଣଚନ୍ଦ୍ର ଯୋଶୀ,ଅର୍ଜୁନ ସେଠୀ ସହଯୋଗ କରିଥିଲେ।ଏପରି ଏକ ପ୍ରାଣୀ ଚିକିତ୍ସା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ପ୍ରାଣୀ ସ୍ୱାସ୍ଥ୍ୟ ପ୍ରତି ଆଗ୍ରହ ସୃଷ୍ଟି ହେବା ସହ ହରଭଙ୍ଗା ପ୍ରାଣୀ ସମ୍ପଦ ବିଭାଗ ଏବଂ ଓମ୍ଫେଡ଼ ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ପ୍ରଶଂସା କରି ସାଧୁବାଦ ଜଣେଇ ଥିଲେ ।

Post a Comment

Previous Post Next Post