ଜଳେଶ୍ୱର ୧୨/୯ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକର ନାମ୍ପୋ ପଂଚାୟତର ସେହି ଗାଁରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ କ୍ୱାଟର ଓ ଫାଟକ ନିର୍ମାଣରେ ଅହେତୁକ ବିଳମ୍ବ ପରିଲକ୍ଷିତ ହେଉଛି । ଗତ ଦୁଇବର୍ଷ ଧରି ବିଜେପି ପକ୍ଷରୁ ବାରମ୍ବାର ଦାବି ଓ ଆନେ୍ଦାଳନ ତଥା ଅନଶନ ହୋଇ ଆସୁଥିଲେ ମଧ୍ୟ କେବଳ ପ୍ରତିଶୃତିରେ ଅଟକି ରହୁଛି । ତେଣୁ ଦୁଇଦିନ ଧରି ବିଜେପି ପକ୍ଷରୁ ସେଠାରେ ଆମରଣ ଅନଶନ ଆରମ୍ଭ ହୋଇଛି । ଡାକ୍ତରଙ୍କ କ୍ୱାଟର, ଫାଟକ ଓ ଆନୁସଂଗିକ କାର୍ଯ୍ୟଲାଗି ୫୦ଲକ୍ଷ ଟଙ୍କାର ବ୍ୟୟ ମଂଜୁରି ହୋଇଛି । ଏ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ପୁର୍ତ୍ତ ବିଭାଗ ଠାରେ ଆବଶ୍ୟକ ୫୦ଲକ୍ଷ ଟଙ୍କା ଜମା ଦେଇଥିଲେ ମଧ୍ୟ ପୁର୍ତ୍ତ ବିଭାଗ କାର୍ଯ୍ୟ ଆରମ୍ଭ କରିନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ନିର୍ମାଣ ହେବାକୁ ଥିବା କ୍ୱାଟର ସ୍ଥାନରେ ଏକ ପରିତ୍ୟକ୍ତ ଆଜେବେଷ୍ଟ ଘର ରହିଛି । ତାହା ଭଂଗା ନ ହେବା ପର୍ଯ୍ୟନ୍ତ ସେଠାରେ ନୂତନ କ୍ୱାଟର ନିର୍ମାଣ ହେବା ସମ୍ଭବ ନୁହେଁ । ତେଣୁ ଏହି ଭଂଗା ଗୃହ ନେଇ ଦୁଇ ବିଭାଗ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏ ସଂପର୍କରେ ବିଜେପି ପକ୍ଷରୁ ୫ଜଣ ବ୍ୟକ୍ତି ଜଗଦିଶ ପ୍ରଧାନଙ୍କ ନେତୃତ୍ୱରେ ଡାକ୍ତରଖାନା ସମ୍ମୁଖରେ ୨ଦିନ ଅନଶନରେ ବସିରହିଥିଲେ ମଧ୍ୟ କୌଣସି ପ୍ରଶାସନୀକ ଅଧିକାରୀ ସେମାନଙ୍କ ନିକଟରେ ପହଞ୍ଚି ନାହିଁ । ଅନ୍ୟପକ୍ଷରେ ସ୍ଥାନୀୟ ଡାକ୍ତର ସ୍ୱାଗତ କୁମାର ସାହୁ ଆଜି ଆସନ୍ତା ୭ ଦିନ ମଧ୍ୟରେ ଡାକ୍ତରଙ୍କ କ୍ୱାଟର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ଅନଶନ ଭଂଗ କରିବାକୁ ଆନେ୍ଦାଳନକାରୀଙ୍କୁ ବୁୁଝାଇଥିଲେ । କିନ୍ତୁ ଆନେ୍ଦାଳନକାରୀମାନେ କ୍ୱାଟର ନିର୍ମାଣର ଲେଆଉଟ ନ ହେବା ପର୍ଯ୍ୟନ୍ତ କୌଣସି ଆଲୋଚନାରେ ବସିବେ ନାହିଁ ବୋଲି କହିଛନ୍ତି । ଏ ସଂପର୍କରେ ପୁର୍ତ୍ତ ବିଭାଗର ସ୍ଥାନୀୟ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଅଗଷ୍ଟ ୨୫ ତାରିଖରେ ଟେଣ୍ଡର କାର୍ଯ୍ୟ ସରିଥିଲେ ମଧ୍ୟ ପୁରୁଣା କ୍ୱାଟର ଭଂଗାଲାଗି ଅର୍ଥ ବ୍ୟୟବରାଦ ହୋଇନଥିବାରୁ ବିଳମ୍ବ ହେଉଥିବା କହିଛନ୍ତି । ଏ ସଂପର୍କରେ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡା. ପ୍ରଭାସ ନାୟକଙ୍କୁ ସେ କହିଲେ ୧୦ ମାସ ପୂର୍ବରୁ ଟଙ୍କା ପୁର୍ତ୍ତ ବିଭାଗକୁ ହସନ୍ତାର ହୋଇଥିଲେ ମଧ୍ୟ ଅଦ୍ୟାବଧି ଏଗ୍ରୀମେଣ୍ଟ ନ ହେବା ଦୁର୍ଭଗ୍ୟର ବିଷୟ ବୋଲି କହିଛନ୍ତି ।

Post a Comment