ସ୍ୱାଧିନତା ସଂଗ୍ରାମୀ ପୁର୍ଣ୍ଣଚନ୍ଦ୍ର ସେନାପତିଙ୍କ ସ୍ମୃତିଚାରଣ ସଭା- ସ୍ୱାଧିନତା ଆନେ୍ଦାଳନର ଶେଷ ସୂର୍ଯ୍ୟ ଅସ୍ତମିତ : ଜଣେ ମୁରବି ହରାଇଲା ଜଳେଶ୍ୱର


ଜଳେଶ୍ୱର ୧୨/୯ (ଜଗନ୍ନାଥ ଗୋଛାୟତ) ସ୍ୱାଧିନତା ସଂଗ୍ରାମର ଜଳେଶ୍ୱରର ଶେଷ ସୂର୍ଯ୍ୟ ଅସ୍ତମିତ ହୋଇଛନ୍ତି ବୋଲି ଆଜି ସ୍ୱାଧିନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କ ସ୍ମୃତିସଭାରେ ବକ୍ତାମାନେ ମତବ୍ୟକ୍ତି କରିଛନ୍ତି । ତାଙ୍କ ଶାନ୍ତିଆ ବାସଭବନଠାରେ ଆୟୋଜିତ ଏହି ସ୍ମୃତିସଭାରେ ଗ୍ରାମ୍ୟ ମୁଖ୍ୟ ସିତାଂଶୁ ସେନାପତି ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର ଯୋଗ ଦେଇ ଜଳେଶ୍ୱର ସମସ୍ତ ସ୍ୱାଧିନତା ସଂଗ୍ରାମୀଙ୍କ ତିରୋଧାନ ହୋଇଥିବା ବେଳେ ଶେଷ ସୂର୍ଯ୍ୟଭାବେ ତାଙ୍କର ପରଲୋକ ହୋଇଛି । ଏକାଧରରେ ସେ ଜଣେ କର୍ତ୍ତବ୍ୟନିଷ୍ଠ, ସ୍ୱାଧିନତା ସଂଗ୍ରାମୀ, ସଂସ୍କାର ଧର୍ମୀ, ଦେଶପ୍ରେମୀ, ପରପୋକାରୀ, ସୁସଂଗଠକ, ସୁସାହିତ୍ୟିକ ଓ ଆଧ୍ୟାତ୍ମିକ ଚିନ୍ତା ଚେତନାର ମଣିଷ ଥିଲେ । ତାଙ୍କ ମୃତ୍ୟରେ ଜଳେଶ୍ୱର ଜଣେ ମୁରବିକୁ ହରାଇଲାବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର, ସାହିତ୍ୟ ଏକାଡେମୀର ସଦସ୍ୟ କବି କାଳିପଦ ପଣ୍ଡା, ଜିଲାପରିଷଦ ଅଧ୍ୟକ୍ଷା ଅନୁସୂୟା ପ୍ରଧାନ, ପୂର୍ବତନ ବିଧାୟକ ପ୍ରଦିପ୍ତ କୁମାର ପଣ୍ଡା, ବ୍ଳକ ଅଧ୍ୟକ୍ଷ ମାନସ ଜେନା, ପୌରଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, କଂଗ୍ରେସ ନେତା ସୁଦର୍ଶନ ଦାସ, ବ୍ରଜମୋହନ ପ୍ରଧାନ, ଦିଲ୍ଲିପ ଗିରି, ବିଷ୍ଣୁପଦ ମହାନ୍ତି, ଶ୍ରୀକୁମାର, ସତ୍ୟରଂଜନ ସେନାପତି, ଚିତ୍ତରଂଜନ ସେନାପତି, ଲଳିତରଂଜନ ସେନାପତି, ନଳିନୀ ରଂଜନ ସେନାପତି, ସରୋଜ ରଂଜନ ସେନାପତି, ଶରତ ପରିଡା, ବସନ୍ତ ଦାସ, ଶିଶିର ହୁଇ, ଅରଲିଳା ସେନାପତି, ପ୍ରାଣକୃଷ୍ଣ ଗିରି, ଖଗେନ୍ଦ୍ର ସାହୁ, ହେମନ୍ତ ଦାସ, ଭାଗବତ ପରିଡା, ରାଜାରାମ କରସର୍ମା, ନିଶିକାନ୍ତ ଗିରି, ପ୍ରଭାସ ଚନ୍ଦ୍ର ଗିରି, ସୁଧିର ମହାନ୍ତି, ବିମଳ ପଟ୍ଟନାୟକ, ସୁଧିର କର, ବଂଶିଧର ପ୍ରଧାନ, ଅଂଶୁମାନ ରାଉତ, ସୁକୁମାର ରଣା, ଜିତାରାମ ଦେ, ସୁକୁମାର ଦାସ, କପିଳେଶ୍ୱର ମହାନ୍ତି, ରମେଶ ଚନ୍ଦ୍ର ଜେନା, ତ୍ରିଲୋଚନ ଦାସ ଅଧିକାରୀ, ସୁନିଲ ଗିରି, ମଂଜୁବାଳା ପ୍ରଧାନ, ମମତା ସାହୁ, ଜୟନ୍ତ ଘୋଷ, ଦୀପ୍ତିମାନ ଆଚାର୍ଯ୍ୟ, ଜ୍ୟୋତିଶ କର, ହେମନ୍ତ ଗିରି, ଅବନୀ ଚାନ୍ଦ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Post a Comment

Previous Post Next Post