ସାହିତ୍ୟ ହିଁ ସଭ୍ୟତାର ଆଧାର ଶୀଳା : ଭାଷାର ରକ୍ଷା କବଚ : ବାସୁଦେବପୁରରେ ଭ୍ରାମ୍ୟମାଣ ସାହିତ୍ୟ ସଭା


ବାଲିଆପାଳ ୨୪/୯( ପ୍ରଭାକର ମଲ୍ଲିକ ) ସାହିତ୍ୟ କୁ ଛାଡି ସଭ୍ୟତାର ବିକାଶ ଅସମ୍ଭବ , ସାହିତ୍ୟ ହିଁ ସଭ୍ୟତାର ଆଧାର ଶୀଳା ଓ ପ୍ରତ୍ୟେକ ଭାଷାର ରକ୍ଷା କବଚ ବୋଲି ରବିବାର ବାଲିଆପାଳ ସାରସ୍ୱତ ସହର ଅଭିଯାନ କମିଟି ପକ୍ଷରୁ ବାସୁଦେବ ପୁର ପ୍ରାଥମିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଭ୍ରାମ୍ୟମାଣ ସାହିତ୍ୟ ସଭାରେ ଅତିଥି ମାନେ ଯୋଗ ଦେଇ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି।କମିଟିର ସଭାପତି ସୁବାସ ଚନ୍ଦ୍ର ଚୌଧୁରୀଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ସଭାରେ ଆବାହକ ଅଧ୍ୟାପକ ଡ଼ଃ ସୁକାନ୍ତ ଗିରି ମଞ୍ଚ ଆହ୍ୱାନ ଅତିଥି ପରିଚୟ ,ସମ୍ପାଦକ ଗୋପାଳ କୃଷ୍ଣ ବିଶ୍ୱାଳ ବିବରଣୀ ପାଠ କରିଥିବା ବେଳେ ରେବତୀ ପତ୍ରିକାର ସମ୍ପାଦିକା ସୁବାସିନୀ ଜେନା ମୁଖ୍ୟ ଅତିଥି, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଧିକାରୀ ଜୟନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ଲତାଜୋଡ଼ି ସଂସ୍କୃତ କଲେଜର ଅଧ୍ୟକ୍ଷ ପ୍ରିୟବ୍ରତ ପଣ୍ଡା ,ରାଜ ନେତା ଅଜୟ କୁମାର ଭୂୟାଁ, ଅପରାହ୍ନ ସମ୍ପାଦକ ବଂଶୀଧର ଜେନା ,ପ୍ରକାଶିକା ଲକ୍ଷ୍ମୀ ପ୍ରିୟା ଦାସ, ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚ ଆବାହକ ସତ୍ୟକାମ ମହାନ୍ତି ପ୍ରମୁଖ ଯୋଗ ଦେଇ ଉଦବୋଧନ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କବି ଭାରତୀ ସରିତା ମହାନ୍ତି, କବିତା ପ୍ରଧାନ, ମନୋଜ କୁମାର ସୀ, କମଳ ଲୋଚନ ପିଳା, ସନ୍ୟାସୀ ବେହେରା, ବିଜୟ କୁମାର ପାତ୍ର ,ରାମ କୃଷ୍ଣ ଦାସ ଅଧିକାରୀ, ସୁବର୍ଣ୍ଣରେଖା ପ୍ରେସ କ୍ଲବ ସଭାପତି ମନୋରଞ୍ଜନ ପାଣିଗ୍ରାହୀ, ସାମ୍ବାଦିକ ରବି ରଞ୍ଜନ ତ୍ରିପାଠୀ, ଅଧ୍ୟାପକ ବୀର ମାଧବ ଦାସ,ମନ୍ମଥ ମଣ୍ଡଳ,ଭୀମ ଚରଣ ବେହେରା, ଏସ୍ କେ ନୀମାଜି ,ରବୀନ୍ଦ୍ର ନାଥ ଦତ୍ତ ,ତପସ୍ୱିନୀ କର ପ୍ରମୁଖ ସାହିତ୍ୟ ଓ ସମାଜ ସମ୍ପର୍କିତ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।କମିଟି ତରଫରୁ ଗୋପାଳ କୃଷ୍ଣ ବିଶ୍ୱାଳ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କମିଟି ସଭ୍ୟ କବି ନଳିନୀ କାନ୍ତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।ଶ୍ରୀକାନ୍ତ ନାଥ ,ମାନ ଗୋବିନ୍ଦ ବାରିକ ,କମଳା କାନ୍ତ ନାଥ ,ପଦ୍ମଲୋଚନ ବାରିକ, ସୁବାସ ବାରିକ,କମଳା କାନ୍ତ ବାରିକ ,ସୁଶାନ୍ତ ବାରିକ,ଶମ୍ଭୁନାଥ ବେହେରା, ଦୀପକ ନାଥ,ହିମାଂଶୁ କମିଳା, ରଜନୀ ବାରିକ,ବାବୁ ଦେ, ଭଜ ପାତ୍ର, ଗୌତମ ଦେବ ନାଥ ,ସୃଷ୍ଟିଧର ଦେ, କାର୍ତ୍ତିକ ନାୟକ,ମନ୍ମଥ ନାୟକ,ପ୍ରଦୀପ କୁମାର ଦାସ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

Post a Comment

Previous Post Next Post