ବାଲେଶ୍ଵର,୨୩/୯ (ଲକ୍ଷ୍ମୀଧର ବାରିକ): ଗଣମାଧ୍ୟମର କଣ୍ଠରୋଧ କରିବା ନେଇ ହୀନ ଉଦ୍ୟମକୁ ରେମୁଣା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନିନ୍ଦା କରାଯାଇଛି। ଏକ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମ୍ବିଧାନ ସମସ୍ତଙ୍କୁ ମତବ୍ୟକ୍ତ କରିବାର ଅଧିକାର ଦେଇଥିବା ବେଳେ ଦୈନିକ ‘ସମ୍ବାଦ’ ଖବରକାଗଜର ସଂପାଦକ ବରିଷ୍ଠ ସାମ୍ବାଦିକ ସୌମ୍ୟରଂଜନ ପଟ୍ଟନାୟକ ସଂପାଦକୀୟ ଲେଖି ଉଠାଇଥିବା ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସମ୍ବାଦ କାର୍ଯ୍ୟାଳୟରେ ‘ଇଓଡବ୍ଲୁ’ ଚଢ଼ଉ କରିବା ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଉଦ୍ୟମ କରାଯାଇଛି। ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବରିଷ୍ଠ ନାଗରିକ ପକ୍ଷରୁ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରାଙ୍କ ବିୟୋଗରେ ଏକ ଶୋକାଞ୍ଜଳି ସଭା ବରିଷ୍ଠ ଶିକ୍ଷାବିତ୍ ବିଷ୍ଣୁପଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଭାରେ ବରିଷ୍ଠ ନାଗରିକ ମଞ୍ଚର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ୍, ବରିଷ୍ଠ ନାଗରିକମାନେ ଯୋଗ ଦେଇ ସ୍ବର୍ଗତ ବେହେରାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ। ଏହି ସଭାରେ ବରିଷ୍ଠ ନାଗରିକ ଶିକ୍ଷାବିତ୍ ବିଷ୍ଣୁପଦ ପଣ୍ଡା, ଆଇନଜୀବୀ ରାମଚନ୍ଦ୍ର ପାତ୍ର, ରଘୁନାଥ ଭୋଇ, ବ୍ରହ୍ମାନନ୍ଦ ଦାଶ, ଗଜେନ୍ଦ୍ର ଦାଶ, ଜିତେନ୍ଦ୍ର ଘୋଷାଲ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ମିଶ୍ର, ଶିକ୍ଷାବିତ୍ ଯୋଗେଶ ଚନ୍ଦ୍ର ବେହେରା, ଦେବାଶିଷ ଆଚାର୍ଯ୍ୟ, ନିରଂଜନ ମହାରଣା, ବରିଷ୍ଠ ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ପାଢ଼ୀଙ୍କ ସମେତ ବରିଷ୍ଠ ନାଗରିକ ମଞ୍ଚର ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ବ୍ରହ୍ମାନନ୍ଦ ଦାଶ ପ୍ରାରମ୍ଭିକ, ଦେଶାତ୍ମବୋଧକ ଗଣମାଧ୍ୟମର କବିତା ଗାନ କରିଥିଲେ। ନିରଂଜନ ମହାରଣା ଧନ୍ୟବାଦ ଦେଇଥିଲେ।
ଗଣମାଧ୍ୟମର କଣ୍ଠରୋଧ ହୀନ ଉଦ୍ୟମକୁ ବରିଷ୍ଠ ନାଗରିକ ମଞ୍ଚର ନିନ୍ଦା
ଆଜତକ ଓଡ଼ିଶା
0
Post a Comment