ସ୍ୱଚ୍ଛ ଭାରତ ମିସନ ତରଫରୁ ସଫେଇ କାର୍ଯ୍ୟକ୍ରମ "ସ୍ୱଚ୍ଛତା ହିଁ ସେବା ଦିବସ ପାଳନ"


ବାଲିଆପାଳ ,୨୪/୯ (ପ୍ରଭାକର ମଲ୍ଲିକ) ମନୁଷ୍ୟ କୁ ବଞ୍ଚିବା ପାଇଁ ହେଲେ ସଦାସର୍ବଦା ନିଜେ ସଫାସୁତରା ରହିବା ସହିତ ଆଖପାଖ ପରିବେଶକୁ ସଫା ରଖିବା ସ୍ୱାସ୍ଥ୍ୟ ପାଇଁ ଉପକାର ହୋଇଥାଏ । ଅଳିଆ ଆବର୍ଜନାରୁ ବିଭିନ୍ନ ପ୍ରକାରର ରୋଗ ସୁଷ୍ଟି ହୋଇଥାଏ, ରୋଗ ଦାଉରୁ ରକ୍ଷା ପାଇବାପାଇଁ ନିଜେ ନିଜକୁ ସତର୍କ ରହିବା ପାଇଁ ପରିବେଶ କୁ ସଫା ରଖିବାର ଆବଶ୍ୟକତା ରହିଛି । ଆଜି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ପରିସରରେ ବାଲିଆପାଳ ପଞ୍ଚାୟତ ସମିତିର ଗୋଷ୍ଠି ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଙ୍କ ଅଧକ୍ଷତାରେ ସ୍ୱଚ୍ଛ ଭାରତ ମିଶନ ତରଫରୁ ସେପ୍ଟେମ୍ବର ୧୫ ତାରିଖରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପ୍ରଯ୍ୟନ୍ତ "ସ୍ୱଚ୍ଛତା ହିଁ ସେବା"ଦିବସ ପାଳନ ଉପଲକ୍ଷେ ବ୍ଲକ ର ବି ଆର ସି ସୁପ୍ରିୟା ବିଶ୍ୱାଳ ଙ୍କ ତତ୍ଵାବଧାନରେ ଏପିଓ ସୋମ୍ୟକାନ୍ତ ଦାସ ଙ୍କ ପରିଚାଳନା ରେ ମାଷ୍ଟର ଟ୍ରେନର ସପନ କୁମାର ବାଗ,ଲଷ୍ମୀଧର ପ୍ରଧାନ, ବଂଶୀଧର ଜେନା,ଏଇ ଇଂ ସୋମ୍ୟ ମୋକୁଳ ବାରିକ,ସିପି ଅଜୟ ଦାସ ଅଧିକାରୀ,ଜେଇ କ୍ରିତି ଚନ୍ଦ୍ର ପାତ୍ର,ପ୍ରେମାନନ୍ଦ ଚଇନି,ସୁବଳ ମଲ୍ଲିକ,ପିଇଓ ସନ୍ୟାସୀ ବଡୁ, ପ୍ରଭୁରାମ ଦେ, କରୁଣାକର ଜେନା, ଶୁଭଶଙ୍କର ଦାସ, ସୁଜୟ କୁମାର ସି, ରାଇମଣୀ କିସକୁ, ଜି ଆର ଏସ ବିଶ୍ୱନାଥ ନାୟକ, ଦୁର୍ଗା ଶଙ୍କର ନାୟକ ତଥା ମିଶନ ଶକ୍ତି ର ସଦସ୍ୟା ମାନଙ୍କ ଦ୍ୱାରା ବ୍ଲକ ପରିସରରେ ଥିବା ଅଳିଆ ଆବର୍ଜନା କୁ ସଫାକରୀ ସ୍ୱଚ୍ଛତା ହିଁ ସେବା ଦିବସ ପାଳନ
କରାଯାଇଥିଲା।

Post a Comment

Previous Post Next Post