ମାନସିକ ବିକୃତି ବ୍ୟକ୍ତିଙ୍କ ଆତ୍ମହତ୍ୟା


ବୋଡ଼େନ (ପ୍ରମେଶ୍ଵର ମେହେର) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲିଟିସର୍ଗି ପଞ୍ଚାୟତ ର ପିତାପାଣି ଗ୍ରାମ ନିକଟରେ ଏକ ମହୁଲ ଗଛରେ ବାବେବିର ଗ୍ରାମର କ୍ଷୀର ସିନ୍ଧୁ ଲୋହାର ପି ଠୋଙ୍ଗୋ ଲୋହାର, ବୟସ ୫୦ ରୁ ୫୫ ବର୍ଷ ଭିତରେ ହେବ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଛନ୍ତି ।ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବାପରେ ଏସ ଆଇ କେଦାର ନାଥ ମାଝୀ, ଏସ ଆଇ ଧରଣୀ ଧର ଦାସ , ଲେଡୀ କନେଷ୍ଟବଳ ସବିତା ଶତପଥୀ ଏବଂ ତିନି ଜଣ ହୋମ ଗାର୍ଡ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିବା ସହିତ ତାର ଘରର ଲୋକଙ୍କୁ ଡକାଇ ଏମ୍ବୁଲାନ୍ସ ଯୋଗେ ପୋଷ୍ଟ ମଟମ୍ ପାଇଁ ବୋଡ଼େନକୁ ପଠାଇଛନ୍ତି । ପୋଲିସ ତାଙ୍କର ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ଦୃଷ୍ଟି ହୁଏ ।ମୃତ ଖିରସିନ୍ଧୁ ଲୋହାର ଜଣେ ମାନସିକ ବିକୃତ ବ୍ୟକ୍ତି ଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି ।

Post a Comment

Previous Post Next Post