ଜଳେଶ୍ୱର, ୦୧ ।୦୯ (ଜଗନ୍ନାଥ ଗୋଛାୟତ) ବର୍ଷିୟାନ ସ୍ୱାଧିନତା ସଂଗ୍ରାମୀ, ବିଶିଷ୍ଠ ଆଧ୍ୟାତ୍ମିକତାବାଦୀ, ଖ୍ୟାତନାମା ସମାଜସେବୀ, ସୁସାହିତି୍ୟକ ତଥା ଶତାୟୁ ପୁରୁଷ ପୂର୍ଣ୍ଣଚନ୍ଦ୍ର ସେନାପତି ଗତ କାଲି ୩୧ତାରିଖ ରାତ୍ରୀ ୪ଟା ସମୟରେ ୧୦୪ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି । ସ୍ୱର୍ଗତଃ ସେନାପତି ୧୯୨୦ମସିହା ଅଗଷ୍ଟ ୧୪ତାରିଖ ରାକ୍ଷୀ ପୂର୍ଣ୍ଣିମା ଶୁଭ ତିଥିରେ ଜଳେଶ୍ୱର ମ୍ୟୁନିସିପାଲଟୀ ଅନ୍ତର୍ଗତ ଶାନ୍ତିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୩ ମସିହାରେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ସୂତାକଟା ଅଭିଯାନରେ ସାମିଲ ହେବା ସହିତ ପରବର୍ତୀ ସମୟରେ ବହୁ ଆନ୍ଦୋଳନ ରେ ଅଂଶ ଗ୍ରହଣ କରିଥିଲେ । ତାଙ୍କ ଦ୍ୱାରା ବହୁ ପୁସ୍ତକ ରଚନା କରାଯିବା ସହିତ ୨୦୨୨ ଅଗଷ୍ଟ ୧୫ତାରିଖରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କ ଦ୍ୱାରା ସ୍ୱାଧିନତା ସଂଗ୍ରାମରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ ହୋଇଥିଲେ । ତାଙ୍କର ମୃତ୍ୟୁରେ ଜଳେଶ୍ୱର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଜଳେଶ୍ୱର ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ପୈାରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ଶିକ୍ଷାବିତ୍ ଶ୍ରୀକାନ୍ତ ଚରଣ ପାତ୍ର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ଶ୍ୟାମାଚରଣ ଦାସ, ସୁଧୀର କର, ଅଶୋକ ଖଣ୍ଡା, ଜଳେଶ୍ୱର ବିଡିଓ ପୁନମ ରାଉତ, ଏସଡିପିଓ ଦଲ୍ଲୀପ ସାହୁ, ପୈାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତଥା ଗ୍ରାମବାସୀ ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ ।

Post a Comment