ଏସବିଆଇ ସିଏସପି ପରିଚାଳକଙ୍କୁ ସିଏସପି ପ୍ଲସରେ ଶାମିଲ କରିବା ଉଦ୍ୟେଶ୍ୱରେ : ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ


ଖପ୍ରାଖୋଲ (ଗଣେଶ ଦାସ) ସୁଖ ଦୁଃଖରେ ବ୍ୟାଙ୍କିଙ୍କ ସେବାରେ ଏସବିଆଇ ସିଏସପି ଗ୍ରାମାଞ୍ଚଳରେ ସାଥି ହୋଇ ଆଜକୁ ପ୍ରାୟ ୧୦ ବର୍ଷ ହେବ ସେବା ଯୋଗାଇଥିବା ଏସବିଆଇ ସିଏସପି ପରିଚାଳକ ମାନଙ୍କୁ ସିଏସପି ପ୍ଲସରେ ସାମିଲ କରିବା ଉଦ୍ଦେଶ୍ୱରେ ଗୁରୁବାର ଖପ୍ରାଖୋଲ ବ୍ଲକ ଅଞ୍ଚଳର ସମସ୍ତ ଏସବିଆଇ ଗ୍ରାହକ ସେବା କେନ୍ଦ୍ରମାନେ ଖପ୍ରାଖୋଲ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସୂଚନାନୁଯାୟୀ, ଗ୍ରାହକ ସେବା କେନ୍ଦ୍ର ଗୁଡିକ ଜନ ଧନ ଯୋଜନାରେ ଆର୍ଥିକ ଅନ୍ତର୍ଭୁକ୍ତ କରିବା,ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ଜନ ହିତକାରୀ ଯୋଜନାରେ ପ୍ରଦାନ କରି ଯୋଜନାକୁ ସଫଳ ରୂପାୟନ କରିବା, ଗ୍ରାମାଞ୍ଚଳରେ ଜନ ସାଧାରଣଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତେର୍ଭୁକ୍ତ କରିବା, କୋଭିଡ -୧୯ ମହାମାରୀ ସମୟରେ ନିଜ ଜୀବନକୁ ଖାତିର ନ କରି ଜନ ସାଧାରଣଙ୍କୁ ଆର୍ଥିକ ସେବା ଯୋଗାଇବା ୨୦୧୬ ବିମୁଦ୍ରିକରଣ ସମୟରେ ଲୋକଙ୍କୁ ନିରନ୍ତର ଆର୍ଥିକ ସେବା ଯୋଗାଇବା ସହିତ ସମସ୍ତ ସେବା ନିଜ ଖର୍ଚ୍ଚରେ ଘରଭଡା,ବିଦ୍ୟୁତ ବିଲ,ଇଣ୍ଟରନେଟ, ଅଫିସ ଷ୍ଟେସନରୀ ଲିଙ୍କ ବ୍ରାଞ୍ଚ କୁ ଗମନା ଗମନ ଏବଂ ସମସ୍ତଙ୍କୁ ଦରମା ଦେଇ ଆସୁଅଛନ୍ତି । କିନ୍ତୁ ରାଜ୍ୟ ସରକାର ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନ ପାଇଁ ନୂତନ ଭାବେ ସିଏସପି ପ୍ଲସ ଖୋଲିବାକୁ ଯୋଜନା ଘୋଷଣା କରିଛନ୍ତି । ଏହା ଦ୍ୱାରା ୧୦ ବର୍ଷ ଧରୀ ସେବା ପ୍ରଦାନ କରି ଆସୁଥିବା ସିଏସପି ପରିଚାଳକ /ପରିଚାଳିକା ମାନଙ୍କ ଜୀବିକା ଉପରେ ଘୋର ବ୍ୟାଘାତ ସୃଷ୍ଟି କରିବା ସଙ୍ଗେ ସଂଗେ ପରିବାର ଭରଣ ପୋଷଣ ଉପରେ କୁ ପ୍ରଭାବ ପକାଉଛି । ତେଣୁ ଏସବିଆଇ ସିଏସପି ପରିଚାଳକ /ପରିଚାଳିକା ମାନଙ୍କୁ ସରକାରଙ୍କ ଦ୍ୱାରା ଘୋଷିତ ସିଏସପି ପ୍ଲସ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ସରକାରୀ ସହାୟତା ପ୍ରଦାନ କଲେ ଗ୍ରାମାଞ୍ଚଳରେ ଜନ ସାଧାରଣ ଏହା ଠାରୁ ଉତ୍ତମ ସେବା ପ୍ରଦାନ ପାଇ ପାରିବେ ବୋଲି ସମସ୍ତ ଗ୍ରାହକ ସେବା କେନ୍ଦ୍ର ଗୁଡିକ ନିଜ ନିଜ ମତ ପ୍ରକାଶ କରିଛନ୍ତି ।

Post a Comment

Previous Post Next Post