ବାଲେଶ୍ବର,୨୩/୯ (ଲକ୍ଷ୍ମୀଧର ବାରିକ) ନେପାଳ ସପ୍ତରୀ ଜିଲ୍ଲା ଅନ୍ତର୍ଗତ କଞ୍ଚନପୁର ଅଞ୍ଚଳର ୨୩ ବର୍ଷୀୟ ମହିଳା ଓ ଶିଶୁକୁ ଜଣେ ଦଲାଲ ଯୋଜନାବଦ୍ଧ ଭାବେ ଚାଲାଣ କରି ଚେନ୍ନାଇ ନେଇଯାଉଥିବା ସମୟରେ ରେଳବାଇ ପୁଲିସ ଓ ୱାନ୍ ଷ୍ଟପ୍ ସେଣ୍ଟରର ମିଳିତ ସହଯୋଗରେ ମହିଳା ଓ ଶିଶୁକୁ ବାଲେଶ୍ବର ରେଳ ଷ୍ଟେସନ୍ରୁ ଉଦ୍ଧାର କରାଯାଇଥିଲା। ମହିଳାଙ୍କ ସହ ଆଲୋଚନା ପରେ ରେଳବାଇ ପୁଲିସ ଏବଂ ୱାନ୍ ଷ୍ଟପ୍ ସେଣ୍ଟରକୁ ଚାଲାଣ ବିଷୟରେ ଜଣାପଡ଼ିଥିଲା। ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ଚାଲାଣ ଶିଶୁକୁ ହାଜର କରାଯାଇଥିଲା। ପରେ ଏନେଇ ନେପାଳ ଏମ୍ବାସୀ ସହ ଯୋଗାଯୋଗ କରାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଶିଶୁ ମଙ୍ଗଳ ସମିତି ଉପସ୍ଥିତିରେ ନେପାଳ ମହିଳା ଓ ଶିଶୁକୁ ନେପାଳ ପ୍ରତିନିଧିଙ୍କୁ ହସ୍ତାନ୍ତର କରାଯାଇଛି।

Post a Comment