ଡା. ରାଧାଦେବୀଙ୍କ ଜୟନ୍ତୀ ପାଳିତ


ବାଲେଶ୍ବର,୨୩/୯ (ଲକ୍ଷ୍ମୀଧର ବାରିକ) ଓଡ଼ିଶାର ନାରୀ ଜାଗରଣର ଅନ୍ୟତମ ପ୍ରବକ୍ତା ଡା. ରାଧାଦେବୀଙ୍କ ଜୟନ୍ତୀ ନାରୀସଂଘରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଭା ଡ. ହରିଶ୍ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବୈଦନାଥ ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରିୟ ମହାନ୍ତି ଯୋଗ ଦେଇ ଡା. ରାଧାଦେବୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ନାରୀସଂଘର ସଂପାଦିକା ଅପର୍ଣ୍ଣା ମହାପାତ୍ର ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାପତି ଗୋପାମୁଦ୍ରା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସ୍ମୃତି ସଭାରେ ଫକୀରମୋହନ ସାହିତ୍ୟ ପରିଷଦର ଉପସଭାପତି ଦୀନବନ୍ଧୁ ଲେଙ୍କା, କବି କାଳୀପଦ ପଣ୍ଡା, ରାଧାଦେବୀଙ୍କ ପୁତୁରା ଅଜୟ ମହାପାତ୍ର, ପ୍ରଦୀପ ଦାସ, ଆଇନଜୀବୀ ଉତ୍ପଳ ମହାନ୍ତି, ରାଜେଶ ଗିରି, କଲ୍ୟାଣୀ ନନ୍ଦ, ବାସନ୍ତୀ ନାୟକ, ହେମଲତା ଦାସଙ୍କ ସହିତ କଲ୍ୟାଣ ପ୍ରତିଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ଅନ୍ତେବାସୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Post a Comment

Previous Post Next Post