ବାଲେଶ୍ଵର,୧୧/୯(ଲକ୍ଷ୍ମୀଧର ବାରିକ): ସଦର ବ୍ଲକ ସ୍ଥିତ ଚାନ୍ଦିପୁରର ହିଡ଼ିଗାଁ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତାରେ ୨୫୭ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେଥିରୁ ଚିତ୍ରାଙ୍କନରେ ୮୬, ସୁନ୍ଦର ହସ୍ତାକ୍ଷରରେ ୭୮ ଏବଂ ଓଡ଼ିଆ ଭାଷାଜ୍ଞାନ-ପ୍ରବନ୍ଧରେ ୯୩ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଚିତ୍ରାଙ୍କନରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମନିଖମ୍ବ ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ର ଦୀପଙ୍କର ଜେନା ପ୍ରଥମ, ଚାନ୍ଦିପୁର ରେଞ୍ଜ ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ର ସୌମିତ୍ର ଜେନା ଦ୍ଵିତୀୟ ଓ ରେଞ୍ଜ ସ୍କୁଲର ୩ୟ ଶ୍ରେଣୀ ଛାତ୍ର ପ୍ରବୀର ମାଇତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ହସ୍ତାକ୍ଷରରେ ହିଡ଼ିଗାଁ ଉଚ୍ଚ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ଛାତ୍ର ସୁଶାନ୍ତ ଵେରା ପ୍ରଥମ,ଚାନ୍ଦିପୁର ଉପ୍ରା ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଆସିୟା ପରବିନ ଦ୍ଵିତୀୟ ଓ ଚାନ୍ଦିପୁର ଉପ୍ରା ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜ୍ୟୋତିରାଣୀ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ଚାନ୍ଦିପୁର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ସ୍ଵସ୍ତି ସୁମନ ସାହୁ ପ୍ରଥମ, ଚାନ୍ଦିପୁର ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ର ସପନ କୁମାର ସିଂ ଦ୍ବିତୀୟ ଓ ଚାନ୍ଦିପୁର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଦେବବ୍ରତ ରାଉଳ ତୃତୀୟ ସ୍ଥାନ ହାସଲ କରିଛନ୍ତି। ବିଚାରକ ଭାବେ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ପଦ୍ମଲୋଚନ ଦାସ, ଶିକ୍ଷକ ରାଜକିଶୋର ସାହୁ, ଶିକ୍ଷକ ରାଜକିଶୋର ମାଝୀ,ଶିକ୍ଷକ ସତ୍ୟଜିତ ବେରା, ଶିକ୍ଷକ ଅଲେଖ ସାହୁ, ଶିକ୍ଷୟତ୍ରୀ ରାଧାରାଣୀ ଗିରି ଓ ହିଡ଼ିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗିତିକ୍ରିଷ୍ଣା ପାତ୍ର, ଶିକ୍ଷକ ସୋରଜ କୁମାର ଦାସ, ଶିକ୍ଷକ ସେଖ ନୂରଇସଲାମଙ୍କ ତତ୍ତ୍ବାବଧାନରେ ଅନୁଷ୍ଠାନର ସୁଶାନ୍ତ ମଣ୍ଡଳ, ମନୁ କିସ୍କୁ, ବାସୁଦେବ ମଣ୍ଡଳ ଓ ଅନ୍ୟମାନେ ସମସ୍ତେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Post a Comment