ସିନାପାଲିରେ ସାରସ୍ୱତ ସମିତିର ଭବନ ନିର୍ମାଣ ପାଇଁ ଭୂମୀପୂଜନ


ସିନାପାଲି,୦୧/୦୯ ( ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତିର ନୂତନ ଭବନ ନିର୍ମାଣ ନିମନ୍ତେ ଗୁରୂବାର ଭୂମୀପୂଜନ ଅନୁଷ୍ଠିତ ହୋଇଛି । ପବିତ୍ର ଶ୍ରାବଣ ପୂର୍ଣ୍ଣୀମା ତଥା ସମିତି ଆନୁକୂଲ୍ଯରେ ଆୟୋଜିତ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଭବ୍ଯ ଜୟନ୍ତୀ ସମାବେଶ ଅବସରରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଭୂମୀପୂଜନ କରାଇବା ସହ ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିରେ ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର କର୍ତ୍ତା ରହିଥିବା ବେଳେ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠର ବରିଷ୍ଠ କାର୍ଯ୍ଯକର୍ତ୍ତା ପୂର୍ଣ୍ଣଚଂଦ୍ର ମେହେର ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ । ଏଠାରେ ସୂଚନାଯୋଗ୍ଯ ଯେ ଏକ ସକ୍ରିୟ ସାହିତ୍ଯ ଅନୁଷ୍ଠାନ ଭାବରେ ଅଂଚଳରେ ଭାଷା ସାହିତ୍ଯର ଉନ୍ନତି ପାଇଁ ଗଙ୍ଗାଧର ସାରସ୍ୱତ ସମିତି ବର୍ଷତମାମ ବିଭିନ୍ନ କାର୍ଯ୍ଯକ୍ରମ ଆୟୋଜନ କରିଥାଏ । ସମିତିର ଆବଶ୍ଯକତାକୁ ଅନୁଭବ କରି ବିଧାୟକ ନିଜେ ଭବନ ନିର୍ମାଣର ନେତୄତ୍ୱ ନେବା ସହ ଆବଶ୍ଯକ ଅର୍ଥ ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ସମିତିର ସଂପାଦକ ତରୁଣ କୁମାର ମେହେର, ପଟ୍ଟାୟତ ନୀଳଲୋହିତ ସିଂହଦେଓ, ପରମେଶ୍ୱର ମୁଣ୍ତ, ତୁଳସୀରାମ ମେହେର, ମନିଷ ପଟେଲ, ରବିଂଦ୍ରନାଥ ଯୋଷୀ, ଗୋବିନ୍ଦ ସାହୁ, ନବୀନ ଚଂଦ୍ର ମେହେର, ଗୌରାଙ୍ଗ ସାହୁ, ସୁବ୍ରତ ଠାକୁର, ବିଜୟ କୁମାର ଯୋଷୀ, ମୁରଳୀଧର ସା, ଜୟପାଲ ନାଗ, ଧୃବଚରଣ ପଧାନ, ଚଂଦ୍ରଶେଖର ମେହେର, ଗୋଦାବରିଶ ନାଏକ, ଆଲୋକ ମେହେର, ଖଗେଶ୍ୱର ମେହେର, ହାଡ଼ୁରାମ ମେହେର, ପ୍ରବୀଣ ମେହେର, ବଂଶୀଧର ଜଗତ, ଗୌତମ ମେହେର, ପ୍ରେମାନନ୍ଦ ମେହେର, ରାଜୁ ମେହେର, ଗଣପତି ବାଗ, ଶଙ୍କର ମେହେର, ପ୍ରଦୀପ ମେହେର, ଋଷଭ ମେହେର, ଶିବପ୍ରସାଦ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post