ଖଡ଼ିଆଳ : (ଆଜତକ୍ ଓଡ଼ିଶା) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରିସିଗାଁ ଗ୍ରାମରେ ଆଜି ସାମାଜିକ ମଙ୍ଗଳ ଯୋଜନାରେ ମିଳୁଥିବା ଭତ୍ତା ବୃଦ୍ଧି ଓ ଅନ୍ୟାନ୍ୟ ଦାବି ନେଇ ହିତାଧିକାରୀ ମାନେ ରେଲି ସହ ସରପଞ୍ଚଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ଏକ ଦାବିପତ୍ର ଦେଇଛନ୍ତି।ବର୍ତ୍ତମାନ ଓଡ଼ିଶାରେ ବୃଦ୍ଧ ବୃଦ୍ଧା ବିଧବା ଦିବ୍ୟାଙ୍ଗ ଆଦି ଅସହାୟ ବ୍ୟକ୍ତିଙ୍କୁ ମାସିକ ପାଞ୍ଚ ଶହ ଟଙ୍କା ପ୍ରଦାନ କରୁଛନ୍ତି, ବର୍ତ୍ତମାନ ଦରଦାମ ବଢ଼ି ଚାଲିଥିବା ବେଳେ ଏତେ କମ ଟଙ୍କାରେ ବୟସ୍କ ନାଗରିକ ମାନେ ଚଳିବା ଅସମ୍ଭବ ହୋଇ ପଡୁଛି।ଅନ୍ୟାନ୍ୟ ରାଜ୍ୟରେ ୨୫ ଶହରୁ ଚାରି ହଜାର ଟଙ୍କା ପର୍ଯ୍ୟନ୍ତ ଭତ୍ତା ମିଳୁଥିବା ବେଳେ ଓଡ଼ିଶାରେ ବହୁତ କମ ମିଳୁଛି, ତେଣୁ ଅତି କମରେ ୪୮୯୦ ଟଙ୍କା ଦେବାପାଇଁ ସେମାନେ ଦାବି କରିଛନ୍ତି।ସେହିପରି ବ୍ୟାଙ୍କରେ ଭତ୍ତା ଦିଆ ଯାଉଥିବାରୁ ସେମାନେ ଯିବାଆସିବାରେ ସମସ୍ୟା ଭୋଗିବା ସହ ନିୟମିତ ଭତ୍ତା ପାଉ ନାହାଁନ୍ତି, ଏଣୁ ପୂର୍ବପରି କ୍ୟାସ ଆକାରରେ ଦିଆଯାଉ ବୋଲି ଦାବି କରାଯାଇଛି । ନୂଆପଡା ଜିଲ୍ଲା ଏକ ଦାଦନ ପ୍ରବଣ ଜିଲ୍ଲା ହେତୁ ଅନେକ ଗରିବ ପରିବାର ବୟସ୍କ ଶାଶୁ ଶ୍ୱଶୁରଙ୍କୁ ଛାଡି ବାହାର ରାଜ୍ୟକୁ କାମ କରିବାକୁ ଚାଲି ଯାଇଥାନ୍ତି।ଫଳରେ ଘରେ ଥିବା ବୃଦ୍ଧ ବୃଦ୍ଧା ବହୁତ କଷ୍ଟରେ କାଳ କାଟିଥାନ୍ତି। ସେମାନଙ୍କ ପାଇଁ ପ୍ରତି ପଞ୍ଚାୟତରେ ଋତୁକାଳୀନ ଜରାଶ୍ରମ ପ୍ରତିଷ୍ଠା କରିବାକୁ ଦାବି କରାଯାଇଛି। ରାଜ୍ୟ ସରକାର ବରିଷ୍ଠ ନାଗରିକ ମାନଙ୍କ ପାଇଁ ତୀର୍ଥଯାତ୍ରା ର ବ୍ୟବସ୍ଥା କରିଛନ୍ତି କିନ୍ତୁ ସୂଚନା ପାଇ ନପାରି ଅନେକ ବ୍ୟକ୍ତି ତୀର୍ଥ ଯାଇ ପାରୁ ନାହାନ୍ତି। ଏଣୁ ପ୍ରତିବର୍ଷ ବ୍ଲକ ପ୍ରତି ପାଞ୍ଚଟି ବସର ବ୍ୟବସ୍ଥା କରିବା ସହ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବିପତ୍ର ରେ ଉଲ୍ଲେଖ ରହିଛି।ସେମାନଙ୍କ ଦାବିକୁ ଆସନ୍ତା ଗ୍ରାମସଭାରେ ପ୍ରସ୍ତାବ ପାରିତ କରି ମୁଖ୍ୟମନ୍ତ୍ରୀ ଓଡିଶା, ଓ ପ୍ରଧାନମନ୍ତ୍ରୀଙ୍କୁ ପଠାଯିବ ବୋଲି କହିଛନ୍ତି ରିସିଗାଁ ସରପଞ୍ଚ ବିରଞ୍ଚି ନାଗ କହିଛନ୍ତି ।

Post a Comment