ମୁରିବାହାଲ ଠାରେ ବିଶାଳ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ


ମୁରିବାହାଳ (ଆଜତକ୍ ଓଡ଼ିଶା) ମୁରିବାହାଲ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ନେଇ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ସାମ୍ବାଦିକ ସଂଘ ସଭାପତି ସୁବ୍ରତ ମାହାକୁର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ସଂଘ ମୁରିବାହାଲ ଓ ସୁ୍ୟଶ ହସ୍ପିଟାଲ ରାୟପୁର ଙ୍କ ମିଳିତ ଉଦ୍ୟମରେ ଆୟୋଜିତ ମାଗଣା ବିଶାଳ ସ୍ୱାସ୍ଥ୍ୟ ଶିବିର ବିଷୟରେ ବ୍ୟାପକ ଆଲୋଚନା କରାଯାଇଥିଲା ଏବଂ ଏହି ଶିବିର ଆସନ୍ତା ୧୦ ସେପ୍ଟେମ୍ବର ରବିବାର ଦିନ +୨ ଜୁନିଅର କଲେଜ ମୁରିବାହାଲ ଠାରେ ସକାଳ ୯ ଟାରୁ ସନ୍ଧ୍ୟା ୫ ଟା ସୁଦ୍ଧା ଆୟୋଜିତ ହେବାକୁ ନେଇ ଆଲୋଚନା କରାଯାଇ ଥିଲା । ଏହି ଶିବିର ରେ ଅସ୍ଥିଶଲ୍ୟ ବେଶେଷଜ୍ଞ ଡା. ସମୀର ମିତ୍ତଳ, ପେଟ ରୋଗ ବେଶେଷଜ୍ଞ ଡା. ଅମିତ ଯୋଶୀ, ହୃଦୟ ଓ ମଧୁମେହ ରୋଗ ବେଶେଷଜ୍ଞ ଡା. ରୁଦ୍ରପ୍ରସାଦ ସାହୁ, ଚର୍ମରୋଗ, ପ୍ଲାଷ୍ଟିକ ସର୍ଜନ ଡା. ଅନିରୁଦ୍ଧ ଗୁପ୍ତା, ନବଜାତ ଓ ଶିଶୁ ରୋଗ ବେଶେଷଜ୍ଞ ଡା. ଜ୍ୟୋତି ପ୍ରକାଶ ରାମ, ଜେନେରାଲ ସର୍ଜରି ଡା. ସୌମିତ୍ର ମନବାଃଟକର, କିଡ଼ନୀ ରୋଗ ବେଶେଷଜ୍ଞ ଡା.କୁମାରୀ ମୋନିକା ଙ୍କ ସହିତ ପାଞ୍ଚ ଜଣ ଏମ. ବି. ବି. ଏସ ଡାକ୍ତର ଉପସ୍ଥିତ ରହିବାର କାର୍ଯ୍ୟକ୍ରମଅଛି ।

Ad....

 ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ସମ୍ପୂର୍ଣ ମାଗଣାରେ ଡାକ୍ତର ଙ୍କ ପରାମର୍ଶ ସହିତ ରକ୍ତଚାପ, ମଧୁମେହ, ଇ. ସି. ଜି ର ପରୀକ୍ଷା ଓ ଔଷଧ ମଧ୍ୟ ମାଗଣାରେ ଦିଆଯିବା ର ବ୍ୟବସ୍ଥା ରହିଥିବା ନେଇ ଆଲୋଚନା କରାଯାଇ ଥିଲା ଆଲୋଚନା ରେ ଏହି ଶିବିର ରେ ସାମ୍ବାଦିକ ସଂଘ ମୁରିବାହାଲ କୁ ସ୍ୱାମୀବିବେକା ନନ୍ଦ ସଂଘ ମୁରିବାହାଲ, ଗୋପବନ୍ଧୁ ଯୁବକସଙ୍ଘ ମୁରିବାହାଲ, ଓକିଲ ସଂଘ ମୁରିବାହାଲ, ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ, ୟୁତ ଏଣ୍ଡ ସ୍ପୋର୍ଟ କ୍ଲବ ମୁରିବାହାଲ, ଜୈ ହନୁମାନ କ୍ଲବ ଘଣ୍ଟବାହାଲ, ଯାଦବ ସମାଜ ମୁରିବାହାଲ ସହଯୋଗ କରିବେ ବୋଲି ନିଷ୍ପତ୍ତି ନିଆ ଯାଇଥିଲା । ଏବଂ ଏହାର ପାଞ୍ଜିକରଣ ସେପ୍ଟେମ୍ବର ୧ ତାରିଖ ରୁ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ବିଇଓ ଅଫିସ ସାମ୍ନା ରେ ଥିବା ନୂତନ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ହେବାର ନିଷ୍ପତି କରାଯାଇଥିଲା । ଏହି ବୈଠକ ରେ ସାମ୍ବାଦିକ ସଂଘ ମୁରିବାହାଲ ର ବରିଷ୍ଠ ଉପଦେଷ୍ଟା ଶ୍ରୀବତ୍ସ ବେହେରା, ସାଧାରଣ ସମ୍ପାଦକ ସୁଦାମ ଚରଣ ବଘାର, ଉପସଭାପତି କେଦାର ବଡ଼ଜେନା, କୋଷଦକ୍ଷ ମନୋଜ କର, ସାମ୍ବାଦିକ ପ୍ରଫୁଲ୍ଲ ବଘାର, ଶଙ୍କର ମାଝୀ, ତଥା ମୁରିବାହାଲ ର ଅନେକ ସ୍ଵଚ୍ଛା ସେଵୀ ସାମିଲ ଥିଲେ ଓ ଏହି କାର୍ଯ୍ୟକ୍ରମ ଟି ଅଂଚଳ ର ସମସ୍ତ ଜନସାଧାରଣ ପାଖରେ ପହଂଚିବ ଓ ସମସ୍ତ ଜନସାଧାରଣ କିପରି ଏହାର ଲାଭ ଉଠାଇ ପାରିବେ ଏହା ଉପରେ ଆଲୋଚନା କରାଯାଇ ଥିଲା ।

Post a Comment

Previous Post Next Post