କଣ୍ଟାମାଳ ୧୪/୦୯ (ଆଜ ତକ ଓଡିଶା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ବଚ୍ଛତା ପକ୍ଷ ପାଳନ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶୋଭାଯାତ୍ରା ବିଦ୍ୟାଳୟ ପରିସରରୁ ବାହାରି କଣ୍ଟାମାଳ ଗ୍ରାମ ପରିକ୍ରମା କରିବା ସହ ଛାତ୍ରଛାତ୍ରୀମାନେ ବିଭିନ୍ନ ନାରା ଦେଇ ସହରବାସୀଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ବ୍ୟକ୍ତିଗତ ପରିଚ୍ଛନ୍ନତା ଠାରୁ ଆରମ୍ଭ କରି ଆମ ପରିବେଶ ପରିଚ୍ଛନ୍ନତା ଓ ସ୍ୱଚ୍ଛ ପରିବେଶ ,ସୁସ୍ଥ ଜୀବନ ଦ୍ଵାରା କିପରି ଦେଶର ବିକାଶ ହୋଇପାରିବ ଛାତ୍ରଛାତ୍ରୀ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ଜୁନିଅର୍ ରେଡକ୍ରସ କାଉନସିଲର ବନମାଳୀ ମେହେର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Post a Comment