ସୁବର୍ଣ୍ଣପୁର (ଗଣପତି ବାଘ) ଜମି ବାଡ଼ି ବିବାଦକୁ ନେଇ ଗଡିଲା ମୁଣ୍ଡ । ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣିଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଆମ୍ବସରଭଟା ଗାଁରେ । ସୂଚନା ଅନୁସାରେ ଆଜି ସକାଳେ ଜମି ବାଡି କୁ ନେଇ ଗାଁର ବଙ୍କା ସାହୁ ଓ ଚକା ସାହୁଙ୍କ ଭିତରେ ବିଲରେ କଥା କଟାକଟି ହୋଇଥିଲା । ତେବେ ଘରକୁ ଆସି ପୁଣି ଗଣ୍ଡଗୋଳ ହୋଇଥିବାବେଳେ ଚକା ସାହୁଙ୍କ ବାପ ପୁଅ ମିଶି ବଙ୍କା କୁ ଟାଙ୍ଗିଆରେ ବେକରେ ଏକ ଚୋଟ ମାରି ହାଣି ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ସୁରେନ୍ଦ୍ର ଉଦ୍ଧାର କରିବାକୁ ଯାଇଥିବାବେଳେ ତାଙ୍କ ଦେହରେ ମଧ୍ୟ ଚୋଟ ଲାଗିଥିବାରୁ ସେ ଗୁରୁତର ହୋଇଛନ୍ତି । ସୁବଳୟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଧିକ ଅନୁସଂଧାନ କରୁଥିବା ସୂଚନା ମିଳିଛି।

Post a Comment