ବାଲେଶ୍ଵର,୩/୮(ଲକ୍ଷ୍ମୀଧର ବାରିକ): ରେମୁଣା ବ୍ଲକ ଅଧୀନ ଦୁର୍ଗାଦେବୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ମୋଟ ୪୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ମେଳା ପ୍ରାରମ୍ଭରେ ଦୁର୍ଗାଦେବୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ମହାଳିକ ମେଳାକୁ ଉଦଘାଟନ କରିଥିଲେ। ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ପ୍ରଶାନ୍ତ କୁମାର ସିଂହ ଅତିଥି ପରିଚୟ ଦେଇଥିଲେ। ଜ୍ଞାନବିଜ୍ଞାନ ମେଳାରେ ମୂଲ୍ୟାଙ୍କନ ନିମନ୍ତେ ପ୍ରଫୁଲ୍ଲ କୁମାର ନାୟକ, ଶୁଭଲକ୍ଷ୍ମୀ ଦାସ, ଅମୟ ପ୍ରଧାନ, ନିରଞ୍ଜନ ପଳେଇ, ଯୋଗେନ୍ଦ୍ର ମହାଳିକ ପ୍ରମୁଖ ମେଳା ପରିଚାଳନା କରିଥିଲେ। ବିଦ୍ୟାଳୟର ସଭାପତି ଦେବଦାସ ଆଚାର୍ଯ୍ୟ, ବିଦ୍ୟୁତ ପରିଷଦର ସମ୍ପାଦକ ପ୍ରଦୀପ କୁମାର ଜେନା ପ୍ରମୁଖ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ପାଦକ ଦିଲ୍ଲୀପ କୁମାର ଦେ ଧନ୍ୟବାଦ ଦେଇଥିଲେ।

Post a Comment