ଆସନ୍ତା ୫ ରେ ଆନ୍ଦୋଳନ ଲାଗି ଶିକ୍ଷକ ସଂଘର ପ୍ରସ୍ତୁତି ବୈଠକ


ଭବାନୀପାଟଣା /ଧର୍ମଗଡ ୦୩/୮(ଶ୍ୟାମସୁନ୍ଦର ମାଝୀ) ରାଜ୍ୟ ସାରାକର ଶିକ୍ଷକ ମାନଙ୍କ ବିଭିନ୍ନ ଦାବୀ ସବୁକୁ ପୂରଣ କରିବାରେ ଟାଲଟୁଲ ନୀତି ଅବଲମ୍ବନ କରୁଛନ୍ତି । ଦାବୀ ହାସଲ ନିମନ୍ତେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ନିଖିଳ ଉତ୍କଳ ଫେଡେରେସନ ପକ୍ଷ ରୁ ଆନ୍ଦୋଳନ ପାଇଁ କାର୍ଯ୍ୟକ୍ରମ ସୁଚି ଜାରି କରାଯାଇଛି । ତତ ଅନୁଯାୟୀ ଆସନ୍ତା ୫ ତାରିଖରେ ପ୍ରତ୍ୟେକ ବ୍ଲକ ରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ସହ ଦାବୀ ପତ୍ର ପ୍ରଦାନ କରାଯିବ । ଏହାକୁ ସଫଳ କରିବା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସରେ ଅନୁଷ୍ଠିତ ହୋଇଥିଲା । ବ୍ଲକ ଶିକ୍ଷକ ସଙ୍ଘ ସଭାପତିତ୍ବରେ ଆୟୋଜିତ ଏକ ବୈଠକ ରେ ଜିଲ୍ଲା ସଂଗଠନ ସମ୍ପାଦକ ଶ୍ରୀ ପଦ୍ମଲୋଚନ ନାଏକ,ସମ୍ପାଦକ ଶ୍ରୀ ଆଶିଷ ପ୍ରଧାନୀ,ଏଓପିଟିଏ ରାଜ୍ୟ ମହାସଚିବ ବଙ୍କିମ ଚନ୍ଦ୍ର ସାଗର,ଏନ ପିଏସ ସଙ୍ଘ ସଭାପତି ମାରଖଣ୍ଡ ନାଏକ,ସମ୍ପାଦକ ଗିରିଧାରୀ ସାହୁ,ଜେଟିଏ ସଙ୍ଘ ସଭାପତି ବଙ୍କିମ ପ୍ରଧାନ,ସମ୍ପାଦକ ନୟନ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ରାଜ୍ୟରେ ଠିକା ପ୍ରଥା ଉଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରାଯିବା,ଶିକ୍ଷା କର୍ମୀ ଓ ଶିକ୍ଷା ସହାୟଙ୍କ ଠିକା କାର୍ଯ୍ୟକଳ କୁ ନେଶନାଲ ଇନ୍କ୍ରିମେଂଟ ଦେଇ ମୂଳ ଚାକିରୀ ରେ ଗଣନା କରାଯିବା ବିଦ୍ୟାଳୟରେ ଥିବା ଗଣଶିକ୍ଷକ କଲା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ କର ମାନ୍ୟତା ପ୍ରଦାନ କରିବ । ରାଜ୍ୟ ଓ କେନ୍ଦ୍ର ସରକାର ନୂତନ ଶିକ୍ଷାନୀତିକୁ ପ୍ରଣୟନ କରି ତଦନ୍ତ ଅନୁଯାୟୀ କାର୍ଯ୍ୟ କରାଉଥିବାରୁ ରାଜ୍ୟର ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମୂଳ ବେତନ ଲେବୁଲ-୯ କେନ୍ଦ୍ରୀୟ ହାରରେ ଗ୍ରେଡ଼ ପେ ୪୨୦୦/-କରାଯିବା ନୂତନ ପେନସନ ବ୍ୟବସ୍ଥା କୁ ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା କୁ ପୁନଃ ପ୍ରଚଳନ କରାଯିବା ଆଦି ଦାବୀ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟ ମାନ୍ୟଙ୍କ ମଧ୍ୟରେ ବିଶ୍ୱଜିତ ବେହେରା,ଦୁଲ୍ଲଭ ପଟେଲ,ପ୍ରମାନନ୍ଦ ନାଏକ,ପ୍ରେମଲାମ ନାଏକ,ରଞ୍ଜନ ବେହେରା,ମଳୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post