ନୂଆପଡା ଜିଲ୍ଲା ତିଖାଲି ଲୋୟର ଡ୍ୟାମରୁ ଛଡା ଗଲା ପ୍ରଥମ ବନ୍ୟା ଜଳ


ନୂଆପଡା (ରିଖିରାମ ଦଳ) ନୂଆପଡା ଜିଲ୍ଲା ତିଖାଳି ସ୍ଥିତ ଲୋୟର ଇନ୍ଦିରା ଡ୍ୟାମରୁ ଛଡା ଗଲା ପ୍ରଥମ ବନ୍ୟା ଜଳ । ଡ୍ୟାମର ଦୁଇ ଟି ଗେଟ୍ ରୁ ଛଡା ଗଲା ବନ୍ୟାଜଳ । ତିନି ନମ୍ବର ଗେଟ୍ ରୁ ଦେଢ଼ ମିଟର ପାଣି ଛଡା ଯାଇଥିବା ବେଳେ ଚାରି ନମ୍ବର ଗେଟ୍ ରୁ ଏକ ମିଟର ପାଣି ଛଡା ଯାଇଥିଲା । ଡ୍ୟାମ ର ଜଳରାଶି ୩୧୪.୨୫୨ କ୍ୟୁବିକ ମିଟର ଥିବା ବେଳେ ୨୫୦ କ୍ୟୁବିକ ମିଟର ଜଳ ଛଡା ଯାଉଛି । ଡ୍ୟାମ ର ଉପର ମୁଣ୍ଡ ରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି । ପ୍ରଥମେ ପୂଜକ ପୂଜା ଅର୍ଚ୍ଚନା କଲା ପରେ ପ୍ରଥମ ବନ୍ୟା ଜଳ ଡ୍ୟାମରୁ ନିଷ୍କାସନ କରାଯାଇଥିଲା । ଏହି ସମୟ ରେ ଲୋୟର ଇନ୍ଦ୍ର ଡ୍ୟାମର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଳ କିଶୋର ଖଟୁଆ, କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରି ଗୋବର୍ଦ୍ଧନ ନାଏକ,ଏସଡ଼ିଓ ହେମ କୁମାର ନାଏକ, କନିଷ୍ଠ ଯନ୍ତ୍ରୀ ଜୁରିଲାଲ ଲୁହାର ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Post a Comment

Previous Post Next Post