ନୁଆପଡ଼ା (ପରମେଶ୍ବର ମେହେର) ନୂଆପଡା ଜ଼ିଲ୍ଲା କୋମନା ଥାନା କାଣ୍ଡେତରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀ ବୈଶାଖୀ ଭୋଇ (୩୦)ଙ୍କୁ ତଣ୍ଟିଚିପି ହତ୍ୟା କରିଛନ୍ତି ସ୍ୱାମୀ । ଅଭିଯୁକ୍ତ ସ୍ୱାମୀ ନରହରି ଭୋଇ (୩୫)ଙ୍କୁ ପୋଳିସ ଗିରଫ କରି ପଚରାଉଚରା କରୁଛି । ସୂଚନାମତେ କୋମନା ଥାନା କାଣ୍ଡେତରା ଗାଁର ନରହରି ଜଡାମୁଣ୍ଡା ପଞ୍ଚାୟତ ବରପଦରପଡ଼ାର ବୈଶାଖୀଙ୍କୁ ବିବାହ କରିଥିଲେ । ତାଙ୍କର ୨ ଝିଅପୁଅ ଆୟୁଷ (୧୧)ଓ ରାକ୍ଷୀ (୫) ଅଛନ୍ତି । ପରିବାରର ୪ ସଦସ୍ୟଙ୍କୁ ନେଇ ଘର ସଂସାର ଚାଲିଥିଲା । ପ୍ରାୟ ୩ ବର୍ଷରୁ ଉର୍ଦ୍ଧ ହେବ ହେବ ନରହରି ଅନ୍ୟ ଏକ ଝିଅକୁ ଭଲପାଉଥିଲେ । ସ୍ତ୍ରୀ ମନା କରିବାରୁ ଉଭୟ ମଧ୍ୟରେ କଲି ଝଗଡା ଲାଗିରହିଥିଲା । ପ୍ରତିଦିନ ସନ୍ଧ୍ୟାରେ ନରହରି ନିଶାଶକ୍ତ ହୋଇ ଘରକୁ ଫେରି ପରିବାର ବର୍ଗଙ୍କ ସହ କଳହ କରୁଥିଲେ । ଏହି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରାତ୍ରିରେ ନିଶାଶକ୍ତ ହୋଇ ଘରକୁ ଆସି ରାତି ସାରା ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ସକାଳେ ଦେଖିଲା ବେଳକୁ ସ୍ତ୍ରୀ କୁ ତଂଟି ଚି଼ପି ମାରି ଦେଇଥିଲା । ପଡୋଶୀଙ୍କଠାରୁ ଖବର ପାଇ କୋମନା ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚିଥିଲା । ଅଭିଯୁକ୍ତକୁ ଗିରଫକରିବା ସହ ମୃତଦେହ ଜବତ କରି ବ୍ୟବଛେଦ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି, ମା' ଆରପାରିକୁ ଏବଂ ବାପା ଜେଲକୁ ଯିବା ପରେ ଦୁଇ ଝିଅପୁଅଙ୍କ କଥା ବୁଝିବାକୁ କେହି ନାହାନ୍ତି । ବେସାହାରା ହୋଇଗଲେ ଦୁଇ ମା'ଛେଉଣ୍ଡ କୁନି ଝିଅପୁଅ । ଏ ନେଇ କୋମନା ଥାନାରେ ଏକ ହତ୍ୟା ମାମଲା ନଂ -253/23 ରୁଜୁ ହୋଇଛି ।

Post a Comment