ଖପ୍ରାଖୋଲ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ୍ ୬୧ ବୋତଲ କଫ ସିରଫ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏନେଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରେସ ମିଟ ଜରିଆରେ ସୁଚନା ଦେଇଛନ୍ତି।
ସୁଚନାନୁଯାୟୀ, ବୁଧବାର ରାତିରେ ଖପ୍ରାଖୋଲ ପୋଲିସ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବାଇକ୍ ଯୋଗେ ଶହେ ମିଲିଗ୍ରାମ୍ ବିଶିଷ୍ଟ ୬୧ଟି କଫ ସିରଫ୍ ଅନ୍ୟତ୍ର ଚାଲାଣ ହେଉଥିବା ବେଳେ ଖପ୍ରାଖୋଲ ଥାନା ଅନ୍ତର୍ଗତ ବଡ଼ ଗୁର୍ଜିଭଟା ପାଖରେ ପୁଲିସ୍ ଦୁଇ ଜଣଙ୍କୁ କାବୁ କରିଥିଲେ। ସେମାନଙ୍କ ପାଖରୁ ଦୁଇଟି ମୋବାଇଲ ସହ ୬୧ଟି କଫ ସିରଫ ଜବତ ହୋଇଥିବା ବେଳେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଉକ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ନୂଆପଡା ଜିଲ୍ଲା କୋମନା ଅନ୍ତର୍ଗତ ପାଇକପଡ଼ା ର ମାଧବ ନାଏକ ହୋଇଥିବା ବେଳେ ଅନ୍ୟ ଜଣକ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ମାଳପଡା ର କ୍ଷିରୋଧର ବାରିକ ବୋଲି ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୁଚନା ଦେଇଛନ୍ତି ।
Post a Comment