ଭବାନୀପାଟଣା ୧୮/୦୮(ଶ୍ୟାମନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ରକ୍ତଭଣ୍ଡାର ଠାରେ ସମ୍ବାଦ ଆମ ଓଡିଶା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରଟିକୁ ଦୈନିକ ଖବର କାଗଜ ସମ୍ବାଦ ଏବଂ ଏଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଶିବିରରେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ କୁମାର ଚୋପଦାର ଯୋଗଦେଇଥିଲେ । ରକ୍ତ ଦାନ ଶିବିରରେ ପ୍ରଥମେ ସ୍ବେଛାକୃତ ରକ୍ତଦାତା ମନୋରଞ୍ଜନ ମେହେର ପ୍ରଥମେ ରକ୍ତଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସମ୍ବାଦ ପ୍ରତିନିଧି ବିରଞ୍ଚି ନାରାୟଣ ଜାଲ ପରିଚାଳନା କରିଥିବା ବେଳେ ସମାଜ ସେବୀ ଢଗ ନାଏକ ଓ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,ସ୍ବେଚ୍ଛାସେବୀ ମହେଶ ସୁନାନୀ, ଗୋବିନ୍ଦ , ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Post a Comment