ସ୍ବାଧୀନତା ଦିବସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ


ବଲାଙ୍ଗୀର (ଗଣେଶ ଦାସ) ସ୍ବାଧୀନତା ଦିବସ ପାଳନ ଶୁଭ ଅବସରରେ ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ବଲାଙ୍ଗୀର ଶାଖା ତରଫରୁ ବଲାଙ୍ଗୀର ଭୀମ ଭୋଇ କଲେଜ ଓ ହସ୍ପିଟାଲର ପରିସରରେ ଥିବା ରକ୍ତ ସେଣ୍ଟରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମାନ୍ୟବର ମନ୍ତ୍ରୀ ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ, ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ତତ୍ତ୍ୱାବଧାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଡେ଼ପୁଟି କଲେକ୍ଟର ଶୁଭସ୍ମିତା ମିଶ୍ର ସଂଯୋଜନା କରିଥିଲେ । ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୯ ଜଣ ରକ୍ତ ଦାନ କରିଥିଲେ । ରେଡ଼କ୍ରସ କର୍ମୀ ରାମ ନାରାୟଣ ଦାଶ, ମଦନ ମୋହନ ପ୍ରଧାନ, ଘନଶ୍ୟାମ ମେହେର, ପ୍ରଭାକର ଛନ୍ଦ, କୃପାସିନ୍ଧୁ ମିଶ୍ର, ସୁଵାଷିଶ ମିଶ୍ର, ଈଶ୍ୱର ଭୋଇ , ଜିତେନ୍ଦ୍ର ହୋତା ପ୍ରମୁଖ ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିଲେ ।କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ ବିଭାଗ କର୍ମଚାରୀ ସଂଜୟ ମିଶ୍ର, ବିକାଶ ରଞ୍ଜନ କର, ଇଶନେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ ।

Post a Comment

Previous Post Next Post