ଭାରତର ସମ୍ବିଧାନ, ସ୍ବାଧୀନତା, ଗଣତନ୍ତ୍ର ଓ ଭାଇଚାରାର ସୁରକ୍ଷା ପାଇଁ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମୁହ ରାତ୍ରି ଜାଗରଣ


ଜଳେଶ୍ଵର,୧୪/୦୮ (ଜଗନ୍ନାଥ ଗୋଛାୟତ) ଦେଶର ସମ୍ବିଧାନ, ଗଣତନ୍ତ୍ର, ସ୍ବାଧୀନତା ଓ ଭାଇଚାରାର ସୁରକ୍ଷା ପାଇଁ ସାମୁହିକ ରାତ୍ରି ଜାଗରଣ ସହ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଜଳେଶ୍ଵର ବସ୍ ଷ୍ଟାଣ୍ଡ ରେ ଅପରାହ୍ନ ୪ ଘଟିକା ରୁ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସି.ଆଇ.ଟି.ୟୁ , କୃଷକ ସଭା, କ୍ଷେତ ମଜଦୁର ୟୁନିୟନ୍, ମହିଳା ସମିତି ଏବଂ ଆମ୍ବେଦକର ସମତା ମଞ୍ଚ, ଏସ୍.ଏଫ୍.ଆଇ ଓ ଡି.ୱା.ଏଫ୍.ଆଇ ତରଫରୁ ଅନୁଷ୍ଠିତ ହୋଇଅଛି। ଆଜି ଆମ ସମ୍ବିଧାନର ଚାରୋଟି ମୈଳିକ ସ୍ତମ୍ଭ ଧର୍ମ ନିରପେକ୍ଷ ଗଣତନ୍ତ୍ର, ଆର୍ଥିକ ସାର୍ବଭୌମତ୍ୱ, ସାମାଜିକ ନ୍ୟାୟ ଏବଂ ସଂଘୀୟ ଢାଞ୍ଚା ବିପର୍ଣ୍ଣ ହୋଇ ପଡ଼ିଛି। ନ୍ୟାୟିକ ବ୍ୟବସ୍ଥା ଏବଂ ସମସ୍ତ ସାମ୍ବିଧାନିକ ସଂସ୍ଥା ଉପରେ ଆକ୍ରମଣ ଚାଲିଛି। ସାମ୍ପ୍ରଦାୟିକ ସଦ୍ ଭାବନା ଏବଂ ଭାଇଚାରା ଭୂଲୁଣ୍ଠିତ ହୋଇଛି। ଏଣୁ ୭୭ ତମ ସ୍ବାଧୀନତା ଦିବସରେ ଜାତୀ, ଧର୍ମ, ବର୍ଣ୍ଣ, ଭାଷା, ଏବଂ ଲିଙ୍ଗ ଭେଦ ନିର୍ବିଶେଷରେ ସମସ୍ତ ଦେଶପ୍ରେମୀ ଏକାଠି ହୋଇ ସମ୍ବିଧାନ ଓ ଦେଶକୁ ରକ୍ଷାକରିବା ପାଇଁ ଆଜିର ସଭାରେ ଆହ୍ୱାନ ଦିଆଯାଇଅଛି। ଚନ୍ଦ୍ରମୋହନ ରାଉଳ ଙ୍କ ଟ୍ରୁପ୍ ର ବାଦି ପାଲା ଓ ମହୁଆ ବସୁ ଙ୍କ ସଂଗୀତ ପରିବେଷଣ ସାଂସ୍କୃତିକ କାର୍ଯ୍ୟକ୍ରମ ଉକ୍ତ ସଭାରେ ଅନୁଷ୍ଠିତ ହୋଇଅଛି। ଉକ୍ତ ସଭାରେ ଦିଲ୍ଲୀପ କୁମାର ଗିରି ଙ୍କ ସଭାପତିତ୍ଵରେ ଶିଶିର ହୁଇ, ଦିପ୍ତିମାନ୍ ଆଚାର୍ଯ୍ୟ, ଦିଲ୍ଲୀପ ପରିଡ଼ା, ଜିତାଂଶୁ ନନ୍ଦୀ, ପଲ୍ଟୁ ଦାସ, ରତନ ଦାସ, ଜୀବନ ପରିଡ଼ା, ରବିନ୍ଦ୍ର ବାରିକ, ଇନ୍ଦୁମାଧବ ମାହାନ୍ତି,ଶେକ୍ ଅବଦୁଲ ସାଦିକ୍, ଆରତୀ ପଲାଇ,ମମି ପଣ୍ଡା, ସବିତା ସାହୁ, ସବିତା ଭୂୟାଁ, ମମତା ରାଜ୍ , ଗଣେଶ ପାତ୍ର,ବସନ୍ତ ଦାସ, ପ୍ରକାଶ ଦେ, ପ୍ରଶାନ୍ତ ହାତୀ, ଗଣେଶ ଭୂୟାଁ, ଧିରେନ୍ଦ୍ର ଦେ, ରାଜିବ ପଣ୍ଡା, ଲକ୍ଷ୍ମୀଧର ପଲାଇ, ଅଶୋକ ଜେନା, ନିରୋଜ ବେହେରା,ଅଜୟ ପଲାଇ, ବିକାଶ ବାରିକ, ଅଜିତ ଦାସ,ମଦନ ମାହାଲି, ଚନ୍ଦନ ଶତପଥୀ, ବଳରାମ ରାଉଳ ଧିରେନ୍ଦ୍ର ମହାନ୍ତି, ଶେଖ୍ ମଙ୍ଗଲୁ, ଶେଖ୍ ଜମିରୁଦିନ୍, ବିଶାଲ ଦାସ, ସନ୍ତୋଷ ଦେବନାଥ, କାହ୍ନୁ ସିଂ, କାଳିଆ ନାୟକ, ବଙ୍କିମ ବିଶ୍ଵାଳ , ସୁବ୍ରତ ବିଶ୍ଵାଳ ଓ ହାଡ଼ିବନ୍ଧୁ ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

Post a Comment

Previous Post Next Post