ଜଳେଶ୍ୱର, ୧୪ ।୦୮ (ଜଗନ୍ନାଥ ଗୋଛାୟତ) ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଜଳେଶ୍ୱର ପୈାରପାଳିକା ପକ୍ଷରୁ ମୋ ଦେଶ ମୋ ମାଟି ଅନ୍ତର୍ଗତ ବୀର ବନ୍ଦନା କାର୍ଯ୍ୟକ୍ରମରେ ଏକ ଅମର ଯବାନ ସହୀଦ ଫଳକର ଉନ୍ମୋଚନ ହୋଇଯାଇଛି । ଜଳେଶ୍ୱର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ କଚୁଆଡି ଠାରେ ଏହି ସହିଦ ଫଳକକୁ ପୈାରାଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ ଅମର ସହୀଦ ମାନଙ୍କ ଉଦେ୍ଦଶ୍ୟରେ ପ୍ରଦୀପ ଜଳାଇ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ମାଟି ମାର ସ୍ୱାଧୀନତା ଏବଂ ଗର୍ବକୁ ସୁରକ୍ଷା ଦେବା ପାଇଁ ଯେଉଁ ବୀରମାନେ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ସେହି ବୀର ଯବାନମାନଙ୍କୁ କୋଟି କୋଟି ନମନ କରିବା ସହିତ ସେମାନଙ୍କ ପାଇଁ ଆମେ ଶ୍ରଦ୍ଧାଂଜଳୀ ଅର୍ପଣ କରିବା ଆମର କର୍ତବ୍ୟ ବୋଲି ସେ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୈାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର, ବିଭିନ୍ନ ୱାର୍ଡର କାଉନସିଲର, ବିଜେପି ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତେ ଦୀପ ଜଳାଇ ଅମର ଯବାନ ମାନଙ୍କ ପ୍ରତି ଶ୍ରଦ୍ଧାଂଜଳୀ ଜଣାଇଥିଲେ । ଶେଷରେ ସହୀଦ ଯବାନ ଗିରିଶ ଚନ୍ଦ୍ର ନନ୍ଦୀଙ୍କ ଭାଇ ବହୁ ରଶ୍ମୀ ନନ୍ଦୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment