ବିଜେପି ର ବିକ୍ଷୋଭ ପ୍ରଦର୍ଶନ ସହ ମହା ମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ


ଧର୍ମଗଡ଼ ( ଆଜତକ ଓଡ଼ିଶା) ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ଅଭାବୀ ବର୍ଷା ଯୋଗୁଁ ମରୁଡି ପରିସ୍ଥିତି ଉପୁଜିଛି।ଏପରିକି ସମ୍ପୁର୍ଣ୍ଣ ଗଜା ମରୁଡ଼ିର ଆଶଙ୍କା ଦେଖା ଦେଇଛି।ଚାଷୀ ଙ୍କ ଭିତରେ ହାହାକାର ଖେଳି ଯାଇଥିବା ବେଳେ ଏବେ କେବଳ ସରକାରୀ ସହାୟତା ଅପେକ୍ଷା ରେ ଚାହିଁ ରହିଛି ଚାଷୀ। ଏ ପରିପେକ୍ଷିରେ ଶୁକ୍ରବାର ଦିନ କଳାହାଣ୍ଡି ଲୋକସଭା ଙ୍କ ନେତୃତ୍ୱରେ ଧର୍ମଗଡ଼ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଓଡ଼ିଶାର ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଏକ ୭ ଦଫା ଦାବି ପ୍ରଦାନ କରା ଯାଇଛି।ସେଥିମଧ୍ୟରୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଆମପାଣି ଜିଲ୍ଲା ପରିଷଦ ଜୋନ-୩,ଧର୍ମଗଡ଼ ବ୍ଲକ ଜୋନ -୨,ଟିପିଗୁଡା ଜୋନ -୧ ଅଞ୍ଚଳ ରେ କମ ବୃଷ୍ଟିପାତ ହୋଇଥିବା ବେଳେ ଚାଷ କାମରେ ବ୍ୟାଘାତ ଉପଜିଛି।ଯାହା ବର୍ତ୍ତମାନ ସ୍ଥିତିରେ ଗଜା ମରୁଡ଼ି ସ୍ଥିତି ଦେଖା ଦେଇଛି।ଏଣୁ ଅଣଜଳସେଚନ ଗ୍ରାମପଞ୍ଚାୟତ ମାନଙ୍କ କ୍ଷତିଗ୍ରସ୍ତ ଚାଷୀ କୁ ଇନପୁଟ ସହାୟତା ଭାବେ ଏକର ପିଛା ୧୫ ହଜାର ଟଙ୍କା ଦେବାକୁ ଦାବିରେ ଉଲ୍ଲେଖ ରହିଛି।ସେହିପରି ବଗାଡ଼, ବୋଡେ଼ନ, ଘୁମର ପଞ୍ଚାୟତ ଅନ୍ତର୍ଗତ ଅନେକ ଗାଁ ରେ କେନାଲ ଲାଗି ପାରିନାହିଁ - ସେହି ଜମି ରେ ଜଳ ସେଚନ ପାଇଁ ଲଫ୍ଟ କେନାଲ ର ବ୍ୟବସ୍ଥା କରାଯାଉ।ଏଥିସହ ଗୋତୋମୁଣ୍ଡା,ସାନ ପୋଡ଼ାଗୁଡା,ଧଅର ପୁର, ପର୍ଲା,ଗଡ଼ିଆଯୋର, ବଡ ଘୁମର ବୋଡେ଼ନ,ବଗାଡ଼ ଗ୍ରାମପଞ୍ଚାୟତ ଲିଫ୍ଟ କେନାଲ ଜରିଆରେ ଚାଷୀ ଙ୍କୁ ଜଳ ସେଚନ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।ସେଭଳି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ରେ ଚଳିତ ବର୍ଷ ଜିଲ୍ଲା ର ସବୁଠୁ କମ ବୃଷ୍ଟିପାତ ହୋଇଥିବା ବେଳେ ଏହି ଅଞ୍ଚଳ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହ ଶତପ୍ରତିଶତ ବିମାଚାଷୀ ଙ୍କୁ ଦିଆଯାଉ, ରବି ଚାଷ ପାଇଁ ସରକାର ପକ୍ଷରୁ ଚାଷୀ ଙ୍କୁ ମାଗଣାରେ ବିହନ ଯୋଗାଇ ଦିଆଯାଉ ,ଇନ୍ଦ୍ରାବତୀ କେନାଲ, ହାତୀ ନଦୀ ଓ ତେଲ ନଦୀ ରେ ପ୍ରକଳ୍ପ ନିର୍ମାଣ କରି ଚାଷୀ ଙ୍କୁ ଜଳ ସେଚନା ବ୍ୟବସ୍ଥା କରିବାକୁ ଦାବି ରେ ଉଲ୍ଲେଖ ରହିଛି। ତେବେ ବିଜେପି ପକ୍ଷରୁ ଏକ ରେଲି ପ୍ରଦର୍ଶନ କରାଯିବା ସହ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି କୁ ଘୋର ବିରୋଧ କରାଯାଇଥିବା ବେଳେ ସରକାର ଙ୍କ ଦୁର୍ନୀତି ଉପରେ ନିଜ ଅଭିଭାଷଣରେ ବକ୍ତା ମାନେ ବର୍ଷି ଥିଲେ।ଶେଷରେ ଉପଜିଲ୍ଲାପାଳ ଙ୍କ ମାଧ୍ୟମରେ ଓଡ଼ିଶା ମହିମା ରାଜ୍ୟପାଳ ଙ୍କ ଉଦେଶ୍ୟ ୭ଦଫା ଦାବିପତ୍ର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ପଟ୍ଟଯୋଶୀ, କୃଷକ ମୋର୍ଚ୍ଚାରାଜ୍ୟ ସଦସ୍ୟ ଅପରେଶ ସ୍ୱାଇଁ,ଯୁବ ମୋର୍ଚ୍ଚା ନବରଙ୍ଗପୁର ପ୍ରଭାରୀ-ହିମାଂଶୁ ଶେଖର ପଣ୍ଡା,କେନ୍ଦ୍ରୀୟ ପରିଷଦ ସଭ୍ୟ ଧନଞ୍ଜୟ ପାତ୍ର,ଧର୍ମଗଡ଼ ନଗର ପାଳ ଅଶୋକ କୁମାର ମହାନ୍ତି, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ,ଗଣେଶ ନନ୍ଦ ,ଧର୍ମଗଡ଼ ନଗର ସଭାପତି ହରେକୃଷ୍ଣ ପଣ୍ଡା, ମଣ୍ଡଳ ସଭାପତି -ଜୟଶଙ୍କର ମୁଣ୍ଡ, ପରାସର ସାହୁ,ଅର୍ଜୁନ ଭାଟି, ସ୍ୱୟଂବର ବାଗ,ଆଇନ ପ୍ରକୋଷ୍ଟ ଘନଶ୍ୟାମ ଅଗ୍ରୱାଲ, ଜିଲ୍ଲା ସଂଯୋଗ ଜଗବନ୍ଧୁ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Post a Comment

Previous Post Next Post