ପଶ୍ଚିମବଙ୍ଗକୁ ଗୋ ଚାଲାଣ ର ଗଳାବାଟ ହେଉଛି କମର୍ଦ୍ଦା ଅଞ୍ଚଳ। ୪୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର


ଭୋଗରାଇ ୧୮/୮(ଚିନ୍ମୟ କୁମାର ଦାସ) ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ୪୦ରୁଅଧିକ ଗୋରୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ଖଏଦା ରାସ୍ତା ଦେଇ ଆଇଚର ଗାଡିରେ ୪୦ରୁ ଅଧିକ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା । ସ୍ଥାନୀୟ ଲୋକେ ରାତିରେ ଗୋ ଚାଲାଣ ହେଉଥିବା ନେଇ ଖବର ପାଇ ଗାଡିକ ଅଟକାଇ ଥିଲେ। ଗାଡ଼ି ଅଟକାଇବା ପରେ ଘଟଣା ସ୍ଥଳରୁ ଚାଳକ ଓ ଖଲାସି ଫେରାର ହେଇଯାଇଥିଲେ ।

ଖବର ପାଇ କମର୍ଦା ପୁଲିସ ପହଞ୍ଚିବା ବେଳକୁ ସ୍ଥାନୀୟ ଲୋକମାନେ ଗୋ ଚାଲାଣ ଗାଡିରୁ ସମସ୍ତ ଗୋରୁ ଙ୍କୁ  ନେଇଯାଇଥିଲେ । ପୁଲିସ ଗୋଚାଲାଣ ହେଉଥ‌ିବା ଆଇଚର ଗାଡ଼ି କୁ ଜବତ କରିବା ସହିତ ଗୋଟିଏ ମୃତ ଗୋରୁକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି । ତେବେ ପ୍ରତିଦିନ ରାତିରେ କିଛି ଗୋ ମାଫିଆ ପଶ୍ଚିମବଙ୍ଗକୁ ଗୋ ଚାଲାଣ କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ତେବେ ପଶ୍ଚିମବଙ୍ଗକୁ ଗୋ ଚାଲାଣ କରୁଥିବା ଗୋ ମାଫିଆମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତ।

Post a Comment

Previous Post Next Post