ଜଳେଶ୍ୱର ୧୪/୮ (ଜଗନ୍ନାଥ ଗୋଛାୟତ) ପିଲାମାନଙ୍କ ପଠପଢାରେ କେତେକ ସମସ୍ୟା ଥିବାରୁ ଓ ଶିକ୍ଷକ ନିଯୁକ୍ତିକୁ କେନ୍ଦ୍ର କରି ଜଳେଶ୍ୱର ବ୍ଳକର ମାଳିପାଳ ବିଦ୍ୟାଳୟର କେତେକ ଅଭିଭାବକ ଫାଟକ ନିକଟରେ ଧାରଣା ଦେଇଥିଲେ । ଏ ସଂପର୍କରେ ଖବର ପାଇ ଜଳେଶ୍ୱର ଶିକ୍ଷାଜିଲା କାର୍ଯ୍ୟାଳୟର ବିଆର୍ସିସି ସୁଶାନ୍ତ ଜେନା, ଏବିଇଓ ଅଜୟ ଜେନା ଓ ଜ୍ୟୋତ୍ସ୍ନାରାଣୀ ପ୍ରଧାନ ମଧ୍ୟାହ୍ନରେ ବିଦ୍ୟାଳୟରେ ପହଞ୍ଚି ଧାରଣାକାରୀଙ୍କ ସହିତ ଆଲୋଚନା କରିଥିଲେ । ଆଗକୁ ପରୀକ୍ଷା ଥିବାରୁ ସେଠାରେ ୨ ଦିନ ମଧ୍ୟରେ ନୂତନ ଶିକ୍ଷକ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସୂଚନାଯୋଗ୍ୟ ଉକ୍ତ ବିଦ୍ୟାଳୟରେ ୧୫୨ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଏଥିରେ କୌଣସି ରାଜନିତିକରଣ ନ କରିବାକୁ କେତେକ ଗ୍ରାମବାସୀ ନିଜ ନାମ ଗୋପନ ରଖି ସାମ୍ବାଦିକ ମାନଙ୍କୁ କହିଛନ୍ତି ।

Post a Comment