ଲକ୍ଷ୍ମୀପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ


ବୌଦ୍ଧ ୧୫/୮ (ହୃଦାନନ୍ଦ ମେହେର) ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ପ୍ରଧାନ ଶିକ୍ଷୟିତ୍ରୀ ଅନନ୍ତି ଭୋଇ ପତାକା ଉତ୍ତୋଳନ କରିଥିବା ବେଳେ ଛାତ୍ର, ଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିଥିଲେ । ଛାତ୍ର, ଛାତ୍ରୀମାନେ ଭାରତ ମାତା କି ଜୟ, ମହାତ୍ମା ଗାନ୍ଧୀ କି ଜୟ, ସୁବାଷ ବୋଷ କି ଜୟ, ଜୟ ଯବାନ ଜୟ କିସାନ ବୋଲି ନାରା ଦେଉଥିଲେ । ସ୍କୁଲ ର ସଭାପତି ବାସନ୍ତୀ ମେହେର, ଶିକ୍ଷକ ସନ୍ତୋଷ ବେହେରା, ଶିକ୍ଷକ ଲକ୍ଷ୍ମଣ ମେହେର, ଶିକ୍ଷକ ମାନଭଞ୍ଜନ ପରିଡା, ଶିକ୍ଷୟିତ୍ରୀ ଦୀପାଞ୍ଜଳି ସେଠୀ, ଶିକ୍ଷୟିତ୍ରୀ ରେଣୁକା ପ୍ରଧାନ, ଶିକ୍ଷୟିତ୍ରୀ ରୁପାରାଣୀ ସାହୁ, ଶିକ୍ଷୟିତ୍ରୀ ଶୈଳବାଳା ସାହୁ, ଅଙ୍ଗନୱାଡି ଦିଦି ଭାରତୀ ପାତ୍ର, ଶାନ୍ତି ପ୍ରଧାନ ଓ SMC ର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।

Post a Comment

Previous Post Next Post