ସଂଗଠନ ଓଡ଼ିଶା ଓ 'ସମ୍ବାଦ' ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର


ରେମୁଣା, ୧୬/୮(ଲକ୍ଷ୍ମୀଧର ବାରିକ): ୭୭ ତମ ସ୍ବାଧିନତା ଦିବସ ଏବଂ ସ୍ଵାଧୀନତାର ୭୬ ବର୍ଷ ପୂର୍ତ୍ତି ଉପଲକ୍ଷେ ସେବା ସଂଗଠନ ଓଡ଼ିଶା, ଶ୍ରୀରାଜ ମେମୋରିୟାଲ ହସ୍ପିଟାଲ ଏବଂ 'ସମ୍ବାଦ' ଆମ ଓଡିଶା ମିଳିତ ସହଯୋଗରେ ବଡପାଳ ପଞ୍ଚାୟତ ଅନ୍ତର୍ଗତ ମୟୂରଗ୍ରାମର ଶ୍ରୀଧର ସ୍ଵାମୀ ନୋଡାଲ ଉପ୍ରା ବିଦ୍ୟାଳୟ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ଅଧ୍ୟକ୍ଷ ତଥା ପଡ଼ପାଳର ସରପଞ୍ଚ କମଳ ଲୋଚନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ବିଜୁ ଯୁବ ଜନତା ଦଳର ରାଜ୍ୟର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଏବଂ ଶ୍ରୀରାଜ ମେମୋରିୟାଲ ହସ୍ପିଟାଲର ପରିଚାଳକ ରଶ୍ମିତା ଶତପଥୀ ଓ ହୃଷିକେଶ ପଣ୍ଡା ମିଳିତ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡିଶା ରକ୍ତକେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ସମାଜସେବୀ ପରମାନନ୍ଦ ବାରିକ୍, ଶଶିକାନ୍ତ ବାରିକ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଏଭଳି ଦିନରେ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଆୟୋଜକଙ୍କୁ ପ୍ରଶଂସା କରିଥିଲେ। ଡାକ୍ତର ଉପାଧ୍ୟାୟ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ ଦେବାଶିଷ ଦତ୍ତ, ଜ୍ୟୋତ୍ସ୍ନାରାଣୀ ସ୍ବାଇଁ ରକ୍ତ ସଂଗୃହ କରିଥିଲେ। ଶିବିରରୁ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସଂଗଠନର ବାଲେଶ୍ବର ସଭାପତି ସରୋଜ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ରଜତ କୁମାର ବାରିକ୍, ସମ୍ପାଦକ ଶଶିକାନ୍ତ ବାରିକ୍, ମନୋଜ କୁମାର ରାଉତ, କୀର୍ତ୍ତି କୁମାର ବିନ୍ଧାଣୀ, ରତିକାନ୍ତ ମାଝୀ, ଶୁଭାଶିଷ ପତି, ରାକେଶ କୁମାର ବାରିକ୍, ଅଜୟ କୁମାର ସାହୁ, ଅଶୋକ କୁମାର ଦାସ, ନୟନ କୁମାର ପଣ୍ଡା, କମଳକାନ୍ତ ବେହେରା, ଉମାକନ୍ତ ମାଝୀ, ରତିକାନ୍ତ ମାଝୀ, ଦୀପକ କୁମାର ଦାସ, ମଳୟ କୁମାର ବାରିକ୍, ରଞ୍ଜନ କୁମାର ପାତ୍ର, ଶଶିକାନ୍ତ ମାହାର୍ଣା, ସତ୍ୟନାରାୟଣ ପତି, ବିଶ୍ୱଜିତ୍ ବାରିକ୍, ଅଜୟ କୁମାର ମାଝୀ, ଆଶିଷ କୁମାର ପତି, ଜୀବନ କୁମାର ବାରିକ୍, ମନୋଜ କୁମାର ମାଝୀ, ଶୁଭାଶିଷ ପତି, ଚନ୍ଦନ ମାଝୀ, ପ୍ରକାଶ ବାରିକ୍, ଆଶିଷ ପତି, ଜଗଦେବ ପଣ୍ଡା, ଆକାଶ ପାଣିଗ୍ରାହୀ, ବିଜୟ କିଶୋର ପଢ଼ିଆରୀ, ଆମ ଓଡିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ୍ ଶିବିରକୁ ପରିଚାଳନା କରିଥିବା ବେଳେ ସଙ୍ଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ସଙ୍ଗଠନର ଅଧ୍ୟକ୍ଷ ତଥା ପଡ଼ପାଳର ସରପଞ୍ଚ କମଳ ଲୋଚନ ପଣ୍ଡା ପତାକା ଉତ୍ତୋଳନ କରିଥିଲେ।

Post a Comment

Previous Post Next Post