ଶ୍ରୀ ଅଭିଷେକ କୁମାର ଭୁଏ ହେଲେ ଜୟପୁର ବାଳିକା ଉଚ୍ଚ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ


କୋରାପୁଟ /ଜୟପୁର (ଆଜତକ୍ ଓଡ଼ିଶା) ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଜୟପୁରର ପ୍ରଧାନ ଶିକ୍ଷକ ଭାବେ ଶ୍ରୀ ଅଭିଷେକ କୁମାର ଭୁଏ (ଓ.ଶି.ସେ.- ୨) ଯୋଗଦାନ କରିଛନ୍ତି। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ଏବଂ ଛାତ୍ରୀଙ୍କ ତରଫରୁ ପ୍ରଧାନ ଶିକ୍ଷକଙ୍କୁ ସ୍ଵାଗତ ଜଣାଯାଇଥିଲା ।ପ୍ରକାଶ ଥାଉକି ବରଗଡ ଜିଲ୍ଲାରେ ଜନ୍ମିତ ଶ୍ରୀଯୁକ୍ତ ଭୁଏ ପୂର୍ବରୁ ବରଗଡ ଜିଲ୍ଲାର ଗାଇସିଲଟ ବ୍ଲକ ଅନ୍ତର୍ଗତ ସରକାରୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଉଚ୍ଚ ବିଦ୍ୟାଳୟ ଗୌରେନମୁଣ୍ଡା ଠାରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ ନିର୍ବାହ କରି ଛାତ୍ର ଛାତ୍ରୀ ଓ ସହକର୍ମୀ ମାନଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି। ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ମହାଶୟ ବଦ୍ଧପରିକର ବୋଲି ସୂଚନା ଦେଇଛନ୍ତି।

Post a Comment

Previous Post Next Post