ଉପାନ୍ତ ଅଞ୍ଚଳ ସୁନାବେଡ଼ା ଅଭୟାରଣ୍ୟ ରେ ବନୋମହୋତ୍ସବ୍ ସପ୍ତାହ ୨୦୨୩ ପାଳିତ


ନୂଆପଡ଼ା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ସ୍ଥିତ ଆଶ୍ରମ ବିଦ୍ୟାଳୟ ଠାରେ ସୁନାବେଡ଼ା ଅଞ୍ଚଳ ର ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାଯ୍ୟ କ୍ରମ ରେ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମହୋଦୟ ଶ୍ରୀ ଆର୍ତ୍ତତ୍ରାଣ ମାଝି ମୁଖ୍ୟ ଅତିଥି ରୂପେ ଯୋଗଦେଇ ବନୋମହୋତ୍ସ ର ଉଦେଶ୍ୟ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ। ତତ୍ ସହିତ ଅନ୍ୟ ଅତିଥି ଭାବରେ ଶ୍ରୀ ଟୁନା ସିଂ ଛତ୍ରିଆ ଏବଂ ସହକାରୀ ଶିକ୍ଷକ ବ୍ରଜେଶ ବିଶ୍ଵାଳ , ଜଗବନ୍ଧୁ ବାଗ, ଭୋଇ ବାବୁ, ନାଏକ ବାବୁ, ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟ କ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଯାଇ ଥିଲା। ଓ ପ୍ରତେକ୍ ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହିକାର୍ଯ୍ୟକ୍ରମ ର ଉଦେଶ୍ୟ ଓ ଜଙ୍ଗଲ ଜନ୍ତୁ ସୁରକ୍ଷା ଓ ନୂତନ ବନୀକରଣ ଉପରେ, ପ୍ରକୃତି ବନ୍ଧୁ ଶ୍ରୀ ଅରୁଣ ବିଶ୍ଵାଳ ଆଲୋଚନା କରିଥିବା ବେଳେ ସମାଜ ସେବୀ ଶ୍ରୀ ମହେନ୍ଦ୍ର କୁମାର ବାଗ ସଭା ପରିଚାଳନା କରିଥିଲେ।

Post a Comment

Previous Post Next Post